ଜିଏସଟି ମୁକ୍ତ ହେଲା ଶିକ୍ଷା ଓ ସ୍ୱାସ୍ଥ୍ୟସେବା! କାର, ଏସି, ଫ୍ରିଜ୍ ଓ ବାଇକ୍ ହେବ ମହଙ୍ଗା, ଶସ୍ତା ହେବ ଖାଇବାତେଲ, ଆଇସକ୍ରିମ ଓ ମହୁ

37

କନକ ବ୍ୟୁରୋ: ଜିଏସଟି ମୁକ୍ତ ହେଲା ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା । ଆଜି ଶ୍ରୀନଗରରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହାଛଡା ବିଭିନ୍ନ ସେବା ଉପରେ ଚାରୋଟି ସ୍ତରରେ ଟିକସ ପାଇଁ ବ୍ୟବସ୍ଥା କରାଯାଇଛି । ଗତକାଲି ୧ ହଜାର ୨୧୧ଟି ସାମଗ୍ରୀ ଉପରେ ଟିକସ ଧାର୍ଯ୍ୟ କରିଥିଲା କାଉନସିଲ । । ଏଣିକି ଲଗଜୁରି ହୋଟେଲ ଆପଣଙ୍କୁ ଆହୁରି ମହଙ୍ଗା ପଡିବ । ତେବେ କାର କିଣିବାକୁ ଆଗ୍ରହ ରଖୁଥିବା ଲୋକଙ୍କୁ ଏବେ ଅଧିକ ଦାମ ଦେବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।

ନୂଆ ଟିକସ ବ୍ୟବସ୍ଥା ଅନୁସାରେ ପଂଚତାରକା ହୋଟେଲ ରୁମ୍ ରାତି ପ୍ରତି ୫ ହଜାର ଟଙ୍କାରୁ ଅଧିକ ଭଡା ଥିଲେ, ୨୮ ପ୍ରତିଶତ ଟିକସ ଦେବାକୁ ପଡିବ । ସେହିପରି ହୋଟେଲ ରୁମ୍ ଭଡା ୫୦୦ ଟଙ୍କା ଯାଏଁ ବା ରାତି ପ୍ରତି ଭଡା ୧୦୦୦ ଟଙ୍କା ଥିଲେ କୌଣସି ଟିକସ ପଡିବ ନାହିଁ । ଅଣ-ଶୀତତାପନିୟନ୍ତ୍ରଣ ରେଷ୍ଟୁରାଂଟରେ ୫ ପ୍ରତିଶତ ଟିକସ ଦେବାକୁ ପଡିବ ।

ସେହିପରି ମଦ ଲାଇସନ୍ସ ପାଇଥିବା ଶୀତତାପନିୟନ୍ତ୍ରଣ ରେଷ୍ଟୁରାଂଟରେ ୧୮ ପ୍ରତିଶତ ଟିକସ ପାଇଁ ଜିଏସଟିରେ ବ୍ୟବସ୍ଥା ରହିଛି । ସେପଟେ ୨୫୦ ଟଙ୍କାଯାଏଁ ସିନେମା ଟିକଟକୁ ଟିକସ ମୁକ୍ତ ରଖାଯାଇଛି । ଓଲା, ଉବେର ପରି ଟ୍ରାନ୍ସପୋର୍ଟ ସେବା ପାଇଁ ୫ ପ୍ରତିଶତ ଟିକସ ଦେବାକୁ ପଡିବ ।

ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ କୌଣସି ଟିକସ ଲଗାଇ ନାହାନ୍ତି ଜିଏସଟି କାଉନସିଲ୍ । ଏଗୁଡିକୁ ଟିକସ ମୁକ୍ତ ରଖାଯାଇଛି । ଆରପଟେ ସୁନା ଉପରେ ଟିକସ ଲାଗିବା ନେଇ ନିଷ୍ପତି ହୋଇନାହିଁ । ପରବର୍ତୀ ବୈଠକ ଜୁନ୍ ୩ରେ ହେବ । ଏହି ସମୟରେ ସିଗାରେଟ ଓ ବିଡି ଉପରେ ଟିକସ ହାର ମଧ୍ୟ ଧାର୍ଯ୍ୟ କରିବ ଜିଏସଟି କାଉନସିଲ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-