ମଧ୍ୟରାତ୍ରରେ ହେଲା ଦେଶର ସର୍ବବୃହତ ଟିକସ ସଂସ୍କାର ! ସାରା ଦେଶରେ ଲାଗୁହେଲା ଜିଏସଟି

28

କନକ ବ୍ୟୁରୋ: ଏବେ ଗୋଟିଏ ଦେଶ, ଗୋଟିଏ ବଜାର, ଓ ଗୋଟିଏ ଟିକସ ବ୍ୟବସ୍ଥା ବା ଜିଏସଟି ଲାଗୁ ହୋଇଯାଇଛି । ଏହାକୁ ନେଇ ଗତ ମଧ୍ୟରାତ୍ରିରୁ ଦେଶର ଏକକ ଟିକସ ବ୍ୟବସ୍ଥା ଲାଗୁ ହୋଇଛି । ମଧ୍ୟରାତ୍ରିରେ ବସିଥିବା ସଂସଦର ସ୍ୱତନ୍ତ୍ର ଅଧିବେସନରେ ଏହି ଜିଏସଟି ଲାଗୁ ହୋଇଛି । ପାର୍ଲାମେଂଟ୍ ସେଂଟ୍ରାଲ ହଲରେ ଏଥିପାଇଁ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା ।

ଆଉ ଜିଏସଟି ଉତ୍ସବ ପାଳନ ପାଇଁ ପୁରା ସଂସଦ ଭବନକୁ ଝିଲମିଲ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ରଙ୍ଗୀନ ଆଲୁଅରେ ଝଲସି ଉଠିଥିଲା ନୂଆ ଦିଲ୍ଲୀର ପାର୍ଲାମେଂଟ ବିଲ୍ଡିଂ । କାରଣ ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ବା ଦ୍ରବ୍ୟ ଓ ସେବା କର ଲାଗୁ ହେବା ପରେ ଏଣିକି ଝଲସି ଉଠିବ ଦେଶର ଅର୍ଥନୀତି । ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଲାଗୁ କରିବାକୁ ସଂସଦର ସେଂଟ୍ରାଲ ହଲରେ ଏକାଠି ହୋଇଥିଲେ ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ।