ଜିଏସଟି ପରିଷଦ ସିଗାରେଟ୍ ଉପରେ ବଢ଼ାଇଲେ ସେସ୍ !

64

ସିଗାରେଟ୍‌ ଉପରେ ସେସ୍‌ ବଢ଼ାଇବାକୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ପରିଷଦ ନିଷ୍ପତ୍ତି ଗ୍ରହଣ କରିଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି । ଏହି ନିଷ୍ପତ୍ତି ଆଜି ମଧ୍ୟ ରାତ୍ରରୁ ଲାଗୁ କରାଯାଇଛି । ଜିଏସଟିରେ ସିଗାରେଟ୍‌ ୨୮% ସ୍ଲାବ୍‌ରେ ରହିଥିବା ବେଳେ ଏହା ଉପରେ ଅତିରିକ୍ତ ୫% ଅଧିକ ଟିକସ ଲାଗାଯାଇଛି । ଯାହାଦ୍ୱାରା ଫିକ୍ସଡ଼ ସେସରେ ପ୍ରତି ୧୦୦୦ ସିଗାରେଟରେ ୪୮୫ରୁ ୭୯୨ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢ଼ିଛି ।

ସିଗାରେଟ୍‌ ନିର୍ମାତାମାନେ ଯେଉଁ ଲାଭ ପାଉଥିଲେ, ତାହାକୁ ନିଜ ଆଡ଼କୁ ଟାଣିବା ପାଇଁ ଜିଏସଟି ପରିଷଦ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ଦ୍ୱାରା ସରକାର ଅତିରିକ୍ତ ୫୦୦୦ କୋଟି ଟଙ୍କାର ରାଜସ୍ୱ ହାସଲ କରିପାରିବେ । ଜିଏସ୍‌ଟି ଯୋଗୁଁ ସିଗାରେଟ୍‌ କଂପାନିଗୁଡ଼ିକ ଯେଉଁ ଲାଭ କରିଥିଲେ ତାହା ଉପରେ ସରକାର ନଜର ରଖି ସେସ୍‌ ପରିମାଣ ବଢ଼ାଇଛନ୍ତି ।

ଜିଏସ୍‌ଟି ପରିଷଦ ବୈଠକରେ ସିଗାରେଟ୍‌ ଟିକସ ହାର ନେଇ ଆଲୋଚନା ହୋଇଥିଲା । ଜିଏସଟି ଲାଗୁ କରିବାର ଦୁଇ ସପ୍ତାହ ହୋଇ ଯାଇଥିବାରୁ ସ୍ଥିତିର ସମୀକ୍ଷା ପାଇଁ ବୈଠକ ଡକାଯାଇଥିଲା। ପରିଷଦର ପରବର୍ତ୍ତୀ ବୈଠକ ଅଗଷ୍ଟ ପ୍ରଥମ ସପ୍ତାହରେ ହେବ।