କୌଣସି ପରିସ୍ଥିତିରେ ହ୍ରାସ ପାଇବ ନାହିଁ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ! ଏବେ ପାଇଁ ଜିଏସଟ ପରିସରଭୁକ୍ତ ହେବନି ତୈଳଦର

47

ସାରା ଦେଶରେ ତେଲ ଦର ବଢିଚାଲିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି । ତେଲ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏବଂ ଏହା ଉପରୁ ଉତ୍ପାଦ ଶୁଳକ ହ୍ରାସ କରିବାକୁ କିଛି ଦିନ ତଳେ ପେଟ୍ରୋଲିୟମ ମନ୍ତ୍ରାଳୟ ଅର୍ଥମନ୍ତ୍ରାଳୟକୁ ଅନୁରୋଧ କରିଥିଲା । ଏହା ସହିତ ରାଜ୍ୟସରକାରମାନେ ମଧ୍ୟ ଉତ୍ପାଦ ଶୁଳକ ହ୍ରାସ କରି କମାନ୍ତୁ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ ଅନୁରୋଧ କରିଥିଲା । କାରଣ ପେଟ୍ରୋଲ ଓ ଡିଜେଲ ଏପର୍ଯ୍ୟନ୍ତ ଜିଏସଟି ମଧ୍ୟରେ ସାମିଲ ହୋଇ ନଥିବାରୁ ଏହା ଉପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଉତ୍ପାଦ ଶୁଳକ ଆଦାୟ କରୁଛନ୍ତି । ତେବେ ବଜେଟ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା ହ୍ରାସ ପାଇଛି । କାରଣ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ ହ୍ରାସ କରିଛନ୍ତି ।

ତେବେ ବର୍ତ୍ତମାନ ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ହେବ ନାହିଁ, ବୋଲି ସୋମବାର ଦିନ  ଅର୍ଥମନ୍ତ୍ରୀ ଅରୁଣ ଜେଟଲି ପ୍ରକାଶ କରିଛନ୍ତି । ଅରୁଣ ଜେଟଲି କହିଛନ୍ତି ପେଟ୍ରୋଲ-ଡିଜେଲକୁ ଜିଏଟିରେ ସାମିଲ କରିବା ପାଇଁ ରାଜ୍ୟଗୁଡ଼ିକ ଅମଙ୍ଗ ହେଉଛନ୍ତି । ଆଉ ଏଥିପାଇଁ ହିଁ ପେଟ୍ରୋଲ-ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବାର ସମ୍ଭାବନାକୁ ଖାରଜ କରିଦେଇଛନ୍ତି । ୧ ଜୁଲାଇରେ ଲାଗୁ ହେଲା ଜିଏସଟି । କିନ୍ତୁ ରିୟଲ ଇଷ୍ଟେଟ୍ ସହ ଆଶୋଧିତ ତୈଳ, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ, ଡିଜେଟ୍-ପେଟ୍ରାଲକୁ ଜିଏସଟିରୁ ବାହରେ ରଖାଗଲା । ଏହାର ଅର୍ଥ ହେଲା ଏହି ଉତ୍ପାଦ ଗୁଡ଼ିକ ଉପରେ କେନ୍ତ୍ରୀୟ ଶୁଳ୍କ ଓ ଭାଟ୍ ଲାଗୁ ରହିବ ।

ଜେଟଲି କହିଛନ୍ତି, ଏବେ ପର୍ଯ୍ୟନ୍ତ ରାଜ୍ୟ ଗୁଡ଼ିକ ପେଟ୍ରୋଲ-ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଉ ବୋଲି ଚାହୁଁନାହାନ୍ତି । କିନ୍ତୁ ଭବିଷ୍ୟତରେ ଜିଏସଟିର ସଫଳତା ପରେ ଉପରୋକ୍ତ ଉତ୍ପାଦ ଗୁଡ଼ିକ ଉପରେ ଜିଏସଟି ଲଗାଇବା ପାଇଁ ରାଜ୍ୟ ଗୁଡ଼ିକ ସମ୍ମତି ପ୍ରଦାନ କରିବେ ଆଶା କରାଯାଉଛି । ସୂଚନାଯୋଗ୍ୟ ୫ଟି ପେଟ୍ରୋଲିମୟ ଉତ୍ପାଦକୁ ଜିଏସଟିରୁ ବାହାରେ ରଖାଯାଇଛି । କାରଣ ଏଥିରୁ କେନ୍ଦ୍ର ଓ ରାଜ୍ୟକୁ ଅଧିକ ମାତ୍ରାରେ ରାଜସ୍ୱ ମିଳୁଛି ।