ମେଧାଙ୍କୁ ନେଉଛି ହେଲେ ଦେଇ ପାରୁନି ମେଧା : ପ୍ରତିଯୋଗିତାର ଦୌଡରେ ପଛରେ ସରକାରୀ କଲେଜ

51

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଯୁକ୍ତ ଦୁଇ ବିଜ୍ଞାନରେ କାହିଁକି ଫେଲ ମାରୁଛନ୍ତି ବଡ ବଡ କଲେଜ  । ବିଜେବି, ରମାଦେବୀ ଭଳି ରାଜ୍ୟର ନମ୍ବର ୱାନ୍ କଲେଜ୍ରେ ଛାତ୍ରଛାତ୍ରୀଙ୍କୁ କେମିତି ମାତ୍ ଦେଉଛନ୍ତି ଘରୋଇ କଲେଜର ଛାତ୍ରଛାତ୍ରୀ  । କେଉଁଠି ରହୁଛି ଭୂଲ ?

Trupti Biswalଭୁବନେଶ୍ୱରର ତୃପ୍ତି ବିଶ୍ୱାଳ । ମାଟ୍ରିକରେ ୯୪.୧୪% ରଖି ବିଜେବି କଲେଜରେ ପଢୁଥିଲେ । ଏଥର ଯୁକ୍ତ ଦୁଇ ବିଜ୍ଞାନରେ ୯୧.୧୭ % ରଖି ବିଜେବି କଲେଜର ଟପ୍ପର ହୋଇଛନ୍ତି । ତେବେ ତୃପ୍ତିଙ୍କ ଭଳି ରାଜ୍ୟର ବଛା ବଛା ୬୦୬ ଜଣ ଛାତ୍ରଛାତ୍ରୀଙ୍କୁ ଏହି କଲେଜ ସ୍ଥାନ ଦେଇଥିଲା । ଆଉ ସେମାନଙ୍କ ମଧ୍ୟରୁ କେବଳ ତୃପ୍ତି ୯୦ ପ୍ରତିଶତ ମାର୍କ ରଖିବାକୁ ସକ୍ଷମ ହୋଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ମାଟ୍ରିକର ମେଧାବୀଙ୍କୁ ନେଇ ବିଜେବି କଲେଜ ଯୁକ୍ତ ଦୁଇରେ କାହିଁକି ପାଇ ପାରୁନି ସଫଳତା । ସେପଟେ କଟ୍ ଅଫ ମାର୍କକୁ ନେଇ ଚର୍ଚ୍ଚାରେ ଥିବା ରମାଦେବୀ ଓ ବେସିକ ସାଇନ୍ସ କଲେଜର ଜଣେ ବି ଛାତ୍ର ୯୦ ପ୍ରତିଶତ ଛୁଇଁ ପାରି ନାହାନ୍ତି । ତେବେ କେଉଁଠି ରହୁଛି ଅସୁବିଧା । କାହିଁକି ଏସବୁ ନାମୀ କଲେଜରୁ ବାହାରି ପାରୁ ନାହାନ୍ତି ମେଧାବୀ ।

vlcsnap-2016-05-14-20h28m18s151ଆଉ ଜଣେ ଛାତ୍ରୀ ହେଲେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରର ନୀଲମ୍ ମହାପାତ୍ର । ମୋଟ ୬୦୦ ମାର୍କରୁ ୫୫୯ ରଖି ରାଜ୍ୟର ସେକେଣ୍ଡ ଟପ୍ପର ହୋଇଛନ୍ତି । କେବଳ ସେ ନୁହଁନ୍ତି ଏ ଘରୋଇ ସ୍କୁଲର ୧୧ ଜଣ ପିଲା ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ତେବେ ଘରୋଇ କଲେଜରେ ଏ ସଫଳତା ମନ୍ତ୍ର କଣ । ସରକାରୀ ଓ ଘରୋଇ କଲେଜର ରେଜଲଟ ଭିତରେ କାହିଁକି ଆସୁଛି ଆକାଶପାତାଳ ଫରକ୍ ।

କେଉଁଠି ପିଲାଙ୍କ ସଂଖ୍ୟାରେ ଅଧ୍ୟାପକ ନାହାଁନ୍ତ ତ ପୁଣି କେଉଁଠି ପିଲାଙ୍କ ଅନୁପାତରେ ଭିତିଭୁମି ନାହିଁ । ତେଣୁ ସରକାରୀ କଲେଜରେ ଆଉ ମିଳି ପାରୁନି ଗୁଣାତ୍ମକ ଶିକ୍ଷା । ସେପଟେ ମିଶନ ରେଜଲଟ , ଘରୋଇ କଲେଜକୁ ଲଗାତାର ଦେଇ ଆସୁଛି ସଫଳତା ।