ପୁଣି ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ ! ୫୦ କୋଟି ଲୋକଙ୍କ କରିବେ ସ୍ୱାସ୍ଥ୍ୟ ପରୀକ୍ଷା

24

ପୁଣି ଚର୍ଚ୍ଚାରେ ମୋଦି ସରକାରଙ୍କ ଐତିହାସିକ ପଦକ୍ଷେପ । ୫୦ କୋଟି ଲୋକଙ୍କ କରିବେ ସ୍ୱାସ୍ଥ୍ୟ ପରୀକ୍ଷା । ୩୦ ବର୍ଷରୁ ଅଧିକ ବୟସ୍କ ଲୋକ ଯେଉଁମାନେ କ୍ୟାନ୍ସର, ମଧୁମେହ ଏବଂ ହାଇପରଟେନସନ ଭଳି ରୋଗରେ ପୀଡିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ନିଷ୍ପତି ନେଇଛି ସ୍ୱସ୍ଥ୍ୟ ମନ୍ତ୍ରାଳୟ । ଏନେଇ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ସହ ରୋଗ ଏବଂ ରୋଗୀଙ୍କ ଯାଂଚ ପାଇଁ କ୍ଲିନିକ୍ ମଧ୍ୟ ତିଆରି କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଜିଲ୍ଲାରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ । ପରେ ଧୀରେ ଧୀରେ ଅନ୍ୟ ଜିଲ୍ଲା ମାନଙ୍କରେ ହେବ ପରୀକ୍ଷା । ଏହି ଭଳି ଭାବେ ଆସନ୍ତା କିଛି ବର୍ଷ ଭିତରେ ୫୦ କୋଟି ଲୋକଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି ସଠିକ୍ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।

ସୌଜନ୍ୟ : ଅମର ଉଜାଲା