ନଗଦ ନେଣଦେଣ ଉପରେ ଲାଗିବ ଲଗାମ୍ ! ବଜେଟରେ ସରକାର ନେଇପାରନ୍ତି କଡ଼ା ନିଷ୍ପତ୍ତି

32

ଡିଜିଟାଲ ହେଉଛି ଭାରତ । କ୍ୟାସଲେସ କାରବାରକୁ ବଢାଇବା ପାଇଁ ମୋଦି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ଏପରିକି କ୍ୟାସଲେସ କରିବା ପାଇଁ ଅନେକ ଅଫର ଦେଉଛନ୍ତି ମୋଦି ସରକାର । ବିଭିନ୍ନ କ୍ଷେତ୍ରରେ କ୍ୟାସଲେସ କାରବାର କରିବା ପାଇଁ ପୋତ୍ସାହିତ କରୁଛନ୍ତି ସରକାର । ଡିଜିଟାଲ ପେମେଣ୍ଟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । କ୍ୟାସଲେସ କାରବାର ସ୍ୱପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାର ଏବେ ନଗଦ ନେଣଦେଣକୁ ଶେଷ କରିବା ପାଇଁ ଯୋଜନା ଉପରେ କାମ କରୁଛନ୍ତି । ଏହାର ଘୋଷଣା ବଜେଟରେ ହୋଇପାରେ ବୋଲି ସୂଚନା ମିଳିଛି । ଅର୍ଥ ମନ୍ତ୍ରାଳୟ ଏହାର ପୁରା ପ୍ରସ୍ୁତି ଶେଷ କରିସାରିଛି । ସରକାରଙ୍କ ଯୋଜନା ଅନୁସାରେ କ୍ୟାସ ନେଣଦେଣ ମହଙ୍ଗା ହୋଇଯିବ । ନୂଆ ପ୍ରସ୍ତାବ ଅନୁସାରେ ବ୍ୟାଙ୍କ ଶାଖାରେ ନଗଦ ନେଣଦେଣ ସଂଖ୍ୟା ୪ ରୁ ୫କୁ ଖସିଆସିବ । ଆଉ ଏହି ପ୍ରସ୍ତାବ ଲାଗୁହେବା ପରେ କ୍ୟାସ ନେଣଦେଣ ଉପରେ ଶୁଳ୍କ ମଧ୍ୟ ଆଦାୟ କରାଯିବ । ସୂୂତ୍ର ଅନୁସାରେ ସମସ୍ତ ବ୍ୟାଙ୍କରେ ନଗଦ ନେଣଦେଣର ସୀମା ନିର୍ଦ୍ଧାରିତ କରିବା ପାଇଁ କୁହାଯାଇଛି ।

ସମସ୍ତ ବ୍ୟାଙ୍କରେ ଲାଗୁ ହେବ ନିୟମ –
ପୂର୍ବରୁ ସାର୍ବଜନୀନ କ୍ଷେତ୍ରରେ ବ୍ୟାଙ୍କ ଏହି ପ୍ରଣାଳୀକୁ ଲାଗୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । କୌଣସି କାରଣରୁ ଯୋଜନା ପ୍ରଣୟନ ହୋଇପାରିନଥିଲା । କିନ୍ତୁ ନିକଟରେ ହିଁ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ହୋଇଥିବା ବୈଠକରେ ସମସ୍ତ ବ୍ୟାଙ୍କରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି । ବିଗତ ବର୍ଷ ଷ୍ଟେଟ୍ ବ୍ୟାଙ୍କ୍ , ଏଚଡ଼ିଏଡଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଅଧିସୂଚନା ଜାରି କରିବାର ଏକ ମାସ ପରେ ୪ ଥରରୁ ଅଧିକ ଥର ଜମା କରିବା କିମ୍ବା ପେଫରାଇ ନେବା ଉପରେ ଶୁଳ୍କ ଆଦାୟ କରିବା ଆରମ୍ଭ କରିଦେଇଥିଲା । ତେବେ ବର୍ତ୍ତମାନ ଏଟିଏମରେ ୫ ଥର ଟ୍ରାନଜାକ୍ସ୍ସନ ଉପରେ କୌଣସି ଶୁଳ୍କ ଆଦାୟ କରାଯାଉ ନାହିଁ । ଡିଜିଟାଲ ନେଟଦେଣକୁ ବୃଦ୍ଧି କରିବା ପାଇଁ ସରକାର ୫୦,୦୦୦ ଟଙ୍କାରୁ ଅଧିକ ନଗଦ ନେଣଦେଣ ଉପରେ ଶୁକ୍କ ଲଗାଇବା ପାଇଁ ଯାଉଛନ୍ତି ।