ସରକାରୀ ଚାକରି କରିବା ପାଇଁ ଆଉ ଏକ ନୂଆ ସର୍ତ୍ତ ! ପୂରଣ କରୁଥିବା ଆବେଦକଙ୍କୁ ମିଳିବ ଚାକିରି

52

ସରକାରୀ ଚାକିରି କରିବା ପାଇଁ କିଏ ବା ନଚାହେଁ । ଆଜିକା ସମୟରେ ଖଣ୍ଡିଏ ସରକାରୀ ଚାକରି ପାଇବା ଭାରି ମୁସ୍କିଲ । ସରକାରୀ ଚାକିରି ଆଶାରେ ଯୁବପୀଢ଼ି ବର୍ଷ ବର୍ଷ କଠିନ ପରିଶ୍ରମ କରୁଛନ୍ତି । ତଥାପି ବେଳେ ବେଳେ ମିଳୁନି ସରକାରୀ ଚାକିରି । ସରକାରୀ ଚାକିରି ପାଇଁ ହେଉଥିବା ଚୟନ ପ୍ରକ୍ରିିୟାକୁ ଭାରି କଡ଼ାକଡ଼ି କରିଦେଇଛନ୍ତି ସରକାର । ତେବେ କଡ଼ା ନିୟମ ଭିତରେ ଆଉ ଏକ ଖବର ଆସିଛି । ସରକାରି ଚାକିରି ପାଇଁ ଆଉ ଏକ ନୁଆ ସର୍ତ୍ତ ରଖିଛନ୍ତି ସରକାର । ଯାହାକୁ ପୂରଣ କଲେ ମିଳିବ ସରକାରୀ ଚାକରି । ସୂଚନା ଅନୁସାରେ ହରିୟାଣାରେ ଯଦି ଆପଣ ଆବେଦକଙ୍କ ସମ୍ପର୍କୀୟ ସରକାରୀ ଚାକରି କରୁନାହାନ୍ତି, ତେବେ ତାଙ୍କୁ ଗ୍ରୁପ ସି ଓ ଗ୍ରୁପ ଡ଼ିର ଚାକିରି ପାଇଁ ପାଞ୍ଚ ପ୍ରତିଶତ ନମ୍ବର ମିଳିବ । ପ୍ରଶାସନ ବିଭାଗ ଦ୍ୱାରା ଏହିର ଅଧିସୂଚନା ଜାରି କରାଯାଇଛି । ଅଧିସୂଚନା ଅନୁସାରେ ହରିୟାଣାରେ ଗ୍ରୁପ ସି ଓ ଗ୍ରୁପ ଡ଼ି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଯଥା ଲିଖିତ ପରୀକ୍ଷାରେ, ଏକ୍ସପେରିଏନ୍ସ ଓ ସାମାଜିକ ଆର୍ଥିକ ମାନଦଣ୍ଡର ଆଧାରେ ହେବ ।

ଏବେ ଲିଖିତ ପରୀକ୍ଷାରେ ୯୦ ନମ୍ବର ରହିବ । ଏବଂ ସାମାଜିକ ଆର୍ଥିକ ମାନଦଣ୍ଡ ଓ ଏକ୍ସପେରିଏନ୍ସ ପାଇଁ ସର୍ବମୋଟି ୧୦ ନମ୍ବର ରହିବ । ଯଦି ଆବେଦକଙ୍କ ବାପା, ମା’ ସ୍ୱାମୀ, ସ୍ତ୍ରୀ, ଭାଇ, ଭଉଣୀ, ପୁଅ, ଝିଅ ମଧ୍ୟରୁ କେହି ବ୍ୟକ୍ତି ହରିୟାଣା ସରକାର କିମ୍ବା କୌଣସି ଅନ୍ୟ ରାଜ୍ୟ ସରକାର କିମ୍ବା ଭାରତର କୌଣସି ବିଭାଗୀୟ ବୋର୍ଡ଼, କମ୍ପାନୀରେ ନିୟମିତ କର୍ମଚାରୀ ନଥାନ୍ତି, ତେବେ ତାଙ୍କୁ ୫ ନମ୍ବର ଦିଆଯିବ । ଅନ୍ୟପଟେ ଆବେଦକ ବିଧବା ହେଲେ ଏବଂ ସ୍ୱାମୀଙ୍କ ମୃତ୍ୟୁ ୪୨ ବର୍ଷ ପୂର୍ବରୁ ହୋଇଯାଇଛି ତେବେ ତାଙ୍କୁ ୫ ନମ୍ବର ମିଳିବ ।

ହରିୟାଣାର ସରକାରଙ୍କ କୌଣସି ବିଭାଗ, ବୋର୍ଡ଼, ନିଗମ, କମ୍ପାନୀରେ ଉଚ୍ଚ ପଦବୀରେ ଅଛନ୍ତି, ତେବେ ଏବଂ ୧୬ ବର୍ଷରୁ ଅଧିକ ଏକ୍ସପେରିଏନ୍ସ ଅଛି, ତେବେ ତାଙ୍କୁ ୦.୫ ନମ୍ବର ମିଳିବ । ଏହା ବ୍ୟତୀ ୬ମାସରୁ କମ୍ ସମୟ ସରକାରୀ ଚାକିରି କରିଥିଲେ କୌଣସି ନମ୍ବର ଦିଆଯିବ ନାହିଁ । ସୂଚନାଯୋଗ୍ୟ ତୃତୀୟ ଶ୍ରେଣୀରେ ପୋଲିସ୍ କର୍ମୀ, ଚାଳକ, ଟିଜିଟି, ଆଦି ତୃତୀୟ ଶ୍ରେଣୀର କର୍ମୀ । ଚତୁର୍ଥ ଶ୍ରେଶୀରେ ଚପରାସୀ, ଚୌକିଦାର, ମାଳି, ସଫା କରୁଥିବା କର୍ମୀ ସାମିଲ ଅଛନ୍ତି ।