ସରକାରୀ ବାବୁ ହେଉଛନ୍ତି କଳକୀ ଅବତାର, ଯାଉ ନାହାଁନ୍ତି ଅଫିସ, କହିଲେ ବିଶ୍ୱକୁ ଧ୍ୱଂସ ହେବାରୁ ରକ୍ଷା କରିବା ପାଇଁ କରୁଛି ତପସ୍ୟା  ।

71

ଜଗନ୍ନାଥ ସଂସ୍କୃତିର ପଞ୍ଚ ସଖାଙ୍କ ଲେଖନୀ ମାଳିକା ବିଷୟରେ ଆପଣ ଅବଗତ ଥିବେ । ମାଳିକାରେ ଲେଖାହୋଇଛି ଯେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ନ ହୋଇ ପଶ୍ଚିମରେ ଉଦୟ ହୋଇପାରେ କିନ୍ତୁ ମାଳିକା ବଚନ ମିଥ୍ୟା ନ ହୋଇବ । ଏବଂ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କଳକୀ ଅବତାରରେ ବିଶ୍ୱର ପତନ ହେବ । କଳିଯୁଗରେ ଥିବା ପାପୀ, ଅବିଚାର ଖଳ ପ୍ରକୃତିର ଲୋକମାନଙ୍କ ସର୍ବନାଶ ହେବ ବୋଲି ମାଳିକାରେ ଲେଖା ଅଛି । କିନ୍ତୁ ବର୍ତ୍ତମାନ କଳକୀ ଧରାବତରଣ କରିଥିବା ଦୃଢ଼ୋକ୍ତି କରିଛନ୍ତି ଜଣେ ଅଫିସର ।

ଗୁଜୁରାଟ ସରକାରଙ୍କ ସରଦାର ଶରୋବର ପୁର୍ନବାସ ଅଧିକ୍ଷଣ ସଂସ୍ଥାର ଏକ୍ସକ୍ୟୁଟିଭ ଇଂଜିନିୟର ରମେଶ ଚନ୍ଦ୍ର ଫେଫର ବହୁଦିନ ଧରି ଅଫିସ ଯାଉ ନାହାଁନ୍ତି । ତେବେ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ ପାଇବା ପରେ ରମେଶଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ଉତ୍ତରରେ ଲେଖିଛନ୍ତି ଯେ ମୋ ତପସ୍ୟା ସିଦ୍ଧ ହେଲା ଯାହାଫଳରେ ସାରା ଦେଶରେ ବର୍ଷା ହେଉଛି ତେଣୁ ମୋ ତପସ୍ୟାକୁ ଧନ୍ୟବାଦ  । ଏପରିକି ସେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କଳକୀ ଅବତାର ବୋଲି ଗଣମାଧ୍ୟମ ସମ୍ମୁଖରେ ଏଭଳି ଅବିଶ୍ୱସନୀୟ ଉକ୍ତି ରଖିଛନ୍ତି । ୨୦୧୦ ମସିହାରେ ହଠାତ୍  ଅଫିସରେ କାର୍ଯ୍ୟକରୁଥିବା ସମୟରେ ତାଙ୍କୁ ଅନୁଭବ ହେଲା ଯେ ସେ ହେଉଛନ୍ତି କଳକୀ ଏବଂ ତାଙ୍କ ପାଖରେ ଅଲୌକିକ ଶକ୍ତି ଅଛି ।

ଗତ ତିନିଦିନ ତଳେ ରମେଶଙ୍କୁ ମିଳିଥିବା କାରଣ ଦର୍ଶାଅ ନୋଟିସରେ ସେ କାର୍ଯ୍ୟାଳୟରେ ଯୋଗ ଦେଇ ପାରିବେ ନାହିଁ ବୋଲି ପ୍ରତି ଉତ୍ତରରେ ଲେଖିଛନ୍ତି । କାରଣ ସେ ବର୍ତ୍ତମାନ ତପସ୍ୟାରେ ମଗ୍ନ ଅଛନ୍ତି ତେଣୁ ଅଫିସରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଛନ୍ତି । ଏପରିକି ଦୁଇ ପୃଷ୍ଠା ସମ୍ବଳିତ ଚିଠିରେ ସେ କହିଛନ୍ତି ସେ ତପସ୍ୟା ଦ୍ୱାରା ବିଶ୍ୱକୁ ଧ୍ୱଂସ ହେବାରୁ ବଞ୍ଚାଇବା ପାଇଁ ଧ୍ୟାନ କରୁଛନ୍ତି । ଅଫିସରେ ବସି ଏଭଳି ତପସ୍ୟା କରିପାରିବେ ନାହିଁ ବୋଲି କହିଛନ୍ତି ରମେଶ । ତାଙ୍କର ଏଭଳି ତପସ୍ୟା ଯୋଗୁଁ ଭାରତରେ ଦୀର୍ଘ ୧୯ ବର୍ଷ ହେବ ସ୍ୱଭାବିକ ବର୍ଷା ହେଉଛି ବୋଲି ଦୃଢ଼ୋକ୍ତି କରିଛନ୍ତି ଏହି ସରକାରୀ  ବାବୁ ।  ରମେଶ ତାଙ୍କ ୮ ବର୍ଷ କାର୍ଯ୍ୟାକାଳ ସମୟ ମଧ୍ୟରେ ମାତ୍ର ୧୬ ଦିନ ଅଫିସ କାର୍ଯ୍ୟରେ ଉପସ୍ଥିତି ଥିବା ସୂଚନା ମିଳିଛି ।