ଫିଲ୍ମ ନୁହେଁ ସତ କାହାଣୀ ! ମାଙ୍କଡ ନାଁରେ ନିଜର ସମସ୍ତ ସମ୍ପତ୍ତି କରି ଚର୍ଚ୍ଚାରେ ମହିଳା ।

54

ଆପଣମାନେ ସମସ୍ତେ ଜାଣିଥିବେ ଯେ ବାପା ମାଆ ନିଜର ସମ୍ପତ୍ତି ନିଜ ସନ୍ତାନ ମାନଙ୍କ ନାଁରେ କରିଥାନ୍ତି । କିନ୍ତୁ ଭାରତରେ ଜଣେ ମହିଳା ନିଜର ସମସ୍ତ ସମ୍ପତ୍ତି ଗୋଟିଏ ମାଙ୍ଗଡ ନାଁରେ କରିଥିବାର ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି । ପଶୁମାନଙ୍କୁ ଆପଣ ଭଲ ପାଆନ୍ତି କିନ୍ତୁ ଏମିତି ଏକ ମହିଳାଙ୍କ ବିଷୟରେ ଖବର ଆସିଛି ଯେ ତାଙ୍କର ସମସ୍ତ ସମ୍ପତ୍ତି ଏକ ମାଙ୍କଡ ନାଁରେ କରିଦେଇଛନ୍ତି । ଆପଣ ବଲିଉଡ ଫିଲ୍ମ ଏଣ୍ଟରଟେନମେଣ୍ଟ ଦେଖିଥିବେ ଯେ ସେଥିରେ କିଭଳି ଜଣେ ମାଲିକ ୩ହଜାର କୋଟି ତାର ବିଶ୍ୱସ୍ତ କୁକୁର ନାଁରେ କରିଦେଉଛନ୍ତି । ହେଲେ ରିୟଲ ଲାଇଫରେ ମଧ୍ୟ ଘଟିଛି ଏଭଳି ଏକ ଘଟଣା ।

ଉତ୍ତର ପ୍ରଦେଶ ରାୟବରେଲୀ ନିବାସୀ କବୟିତ୍ରୀ ସବିସ୍ତା ନାମକ ମହିଳାଙ୍କୁ ୧୩ ବର୍ଷ ପୂର୍ବେ ଏକ ମାଙ୍କଡ ମିଳିଥିଲା । ଏବଂ ସେ ତା’ର ନାଁ ଚୁନ-ମୁନ ରଖି ତାକୁ ଲାଳନ ପାଳନ କରିବାକୁ ଲାଗିଲେ । କାରଣ ସବିସ୍ତାଙ୍କର କୌଣସି ସନ୍ତାନ ନଥିଲେ ଯେଉଁଥି ପାଇଁ ସେ ତାକୁ ନିଜ ସନ୍ତାନ ପରି ସ୍ନେହ ଆଦର କରିଥିଲେ । ସବିସ୍ତାଙ୍କ କହିବା କଥା ଚୁନ-ମୁନ ତାଙ୍କ ଜୀବନରେ ଆସିବା ପରଠାରୁ ତାଙ୍କ ପରିବାରର ସମସ୍ତ ସଙ୍କଟ ଦୂର ହୋଇଗଲା । କାରଣ ସବିସ୍ତାଙ୍କ ସ୍ୱାମୀ ବ୍ରିଜେଶଙ୍କ ବିଜନେସରେ ମାନ୍ଦାବସ୍ଥା ଦେଖାଦେଲା । ଆଉ ବିଭିନ୍ନ ଲୋକଙ୍କ ଠାରୁ ଧାର କରଜରେ ମଧ୍ୟ ଅନେକ ସମସ୍ୟା ଦେଖାଦେଲା । କିନ୍ତୁ ହଠାତ ଏହି ମାଙ୍କଡ ଚୁନ-ମୁନ ଆସିବା ପରେ ଆର୍ଥିକ ସମସ୍ୟାରେ ଉନ୍ନତି ଘଟି ବିଜନେସରେ ଲାଭ ହିଁ ଲାଭ ହୋଇଛି । ତେଣୁ ସବିସ୍ତା ସନ୍ତାନହୀନ ବୋଲି କେବେ ବି ଦୁଃଖ ପ୍ରକାଶ କରି ନାହାଁନ୍ତି । ତେଣୁ ସେ ତାଙ୍କର ସନ୍ତାନ ଭଳି ଏହି ମାଙ୍କଡ ନାଁରେ ଏକ ସଂସ୍ଥା ଖୋଲି ନିଜର ସମସ୍ତ ସମ୍ପତ୍ତି କରିଦେଇଛନ୍ତି ।

ଗତବର୍ଷ ଚୁନ-ମୁନର ମୃତ୍ୟୁ ହୋଇଗଲା ପରେ ପୁରାପୁରି ଭାଙ୍ଗି ପଡିଛନ୍ତି ସବିସ୍ତା । ତା’ର ଆର୍ବିଭାବକୁ ମନେପକାଇବା ପାଇଁ ସବିସ୍ତା ଘରେ ଏକ ମନ୍ଦିର କରିଛନ୍ତି । ଯେଉଁ ମନ୍ଦିରରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ସୀତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି ସବିସ୍ତା । ସବୁଠାରୁ ରୋଚକ କଥା ହେଲା ସବିସ୍ତା ଜଣେ ମୁସଲମାନ ମହିଳା କିନ୍ତୁ ସେ ତାଙ୍କ ଘରେ ରାମ ମନ୍ଦିର ପ୍ରତିଷ୍ଠା କରି ଭକ୍ତିର ଅନ୍ୟନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।