ସରକାରୀ ନିୟମ ଉଲଙ୍ଘନ ! ଖରା ଛୁଟିରେ ସ୍କୁଲ ଖୋଲିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଏସଆରସି

65

ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ରାଜ୍ୟ ସରକାର ୨୧ ତାରିଖ ପରିବର୍ତ୍ତେ ଜୁନ ୨୫ ପର୍ଯ୍ୟନ୍ତ ରାଜ୍ୟର ସସସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଥିଲେ । ହେଲେ ସରକାରଙ୍କ ନିୟମକୁ ବେଖାତିର କରି ଭୋଇ ନଗର ୟୁନିଟ-୯ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସ୍କୁଲ ଖୋଲିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କେନ୍ଦ୍ରୀୟ ବିଦ୍ୟାଳୟ-୧ର ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏବଂ କାହିଁକି ସ୍କୁଲ ଖୋଲିଲେ ସେନେଇ ୩ ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ କେଭି-୧ ପ୍ରିନି୍ସପାଲଙ୍କୁୁ ଏସଆରସିଙ୍କ ନିର୍ଦ୍ଦେଶ । ପ୍ରବଳ ଖରା ହେଉଥିବାରୁ ସ୍କୁଲ ଛୁଟିକୁ ରାଜ୍ୟ ସରକାର ବୃଦ୍ଧି କରିିଥିଲେ । ହେଲେ କେତେକ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଘରୋଇ ସ୍କୁଲ ଖୋଲିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନ୍ୟପଟେ ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୪୨ ଡିଗ୍ରୀ ରହୁଥିବାବେଳେ ସ୍କୁଲ ନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟସରକାର । ହେଲେ ୟୁନିଟ-୯ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସକରାରଙ୍କ ନିୟମ ଉଲଙ୍ଘନ କରି ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଅଭିଯୋଗ କରିଥିଲେ ଅଭିଭାବକ । ଏନେଇ ଅଭିଯୋଗ ଏସଆରସିଙ୍କ ହସ୍ତଗତ ହେବାପରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ତେବେ ବିପର୍ଯ୍ୟୟ ପରିଚାଳନା ଆକ୍ଟ ୨୦୦୫ ଅଧିନିୟମ ସେକ୍ସନ-୫୧ (ବି) ନିୟମକୁ ଉଲଙ୍ଘନ କାହିଁକି କଲେ ସେନେଇ ଉତ୍ତର ରଖିବେ କେନ୍ଦ୍ରୀୟ ବିଦ୍ୟାଳୟ-୧ ପ୍ରିନ୍ସିପାଲ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଏବଂ ଶେଷରେ ପୁର୍ନବାର କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ସ୍କୁଲ ନଖୋଲିବାକୁ ତାଗିଦ କରିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।