ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ! କାଳବୈଶାଖୀ ସହ ପ୍ରବଳ ବେଗରେ ପବନ ବହିବା ନେଇ ୧୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

26

କନକ ବ୍ୟୁରୋ: ୧୬ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ବର୍ଷା ସହ ପ୍ରବଳ ବେଗରେ ପବନ ବହିବାର ଆଶଙ୍କା ରହିଛି । ୫୦ରୁ ୬୦ କିଲୋମିଟର ବେଗର ପବନ ବହିବାର ସମ୍ଭାବନା ଥିବାରୁ ୧୬ଟି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ରାୟଗଡ,ଗଜପତି, ଗଂଜାମ, କଟକ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ କୋରାପୁଟ ଜିଲ୍ଳାକୁ ସତର୍କ ସୂଚନା ଦିଆଯାଇଛି । କାଳବୈଶାଖୀ ବର୍ଷା ପରେ ଗତ କିଛି ଦିନ ଧରି ଲାଗିରହିଥିବା ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ।