କନକ ବ୍ୟୁରୋ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନୁମତି ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଅନୁମତି ମଗାଯାଇଥିଲା ଆଉ ଏନେଇ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏକ କମିଟି ଗଠନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମାର୍ଚ୍ଚ ୨୮ ସନ୍ଧ୍ୟା ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ। ସେହିପରି ମାର୍ଚ୍ଚ ୨୯ରେ ଛତିଶା ନିଯୋଗର ବୈଠକ ବସିବ। ଉଭୟ କମିଟିରେ ହେବାକୁଥିବା ନିଷ୍ପତ୍ତି ନେଇ ରତ୍ନଭଣ୍ଡାର ଯାଞ୍ଚ କିଭଳି ହେବ, ସେ ନେଇ ରୂପରେଖ ପ୍ରସ୍ତୁତ କରାଯିବ ।
ରତ୍ନଭଣ୍ଡାର ଯାଞ୍ଚ ନେଇ କିଛି ଦିନ ହେବ ରାଜ୍ୟରେ ଯୋରଦାର ଆଲୋଚନା ହେଉଛି । ଏ ନେଇ ଗତ ମାର୍ଚ୍ଚ ୨୨ରେ ହାଇକୋର୍ଟରୁ ନିର୍ଦ୍ଦେଶ ମଳିବା ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ରତ୍ନଭଣ୍ଡାରକୁ ପ୍ରତ୍ନତତ୍ତ୍ୱ ବିଭାଗ, କୋର କମିଟି ସଦସ୍ୟ ଓ ସେବାୟତ ପ୍ରବେଶ କରିବେ। ସେମାନେ ଧୋତି ଓ ଗାମୁଛା ବ୍ୟତୀତ ଦେହରେ କୌଣସି ଅଳଙ୍କାର, ମୁଦି କିମ୍ବା ପ୍ରସାଧନ ସାମଗ୍ରୀ ପିନ୍ଧି ପାରିବେ ନାହିଁ। କେବଳ ଚଷମା ବ୍ୟବହାରକୁ ଅନୁମତି ଦିଆଯିବ। ସେହିଭଳି ଖଣି ଅଞ୍ଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ ମୁଣ୍ଡରେ ଲଗାଇବାକୁ ବ୍ୟବସ୍ଥା କରାଯିବ। ସେହିଭଳି ସୁରକ୍ଷା ଦୃଷ୍ଟିରୁ ଆଗରୁ ସତର୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ। ଏହି ସମୟରେ ବାହାରେ ଆମ୍ବୁଲାନ୍ସ, ଡାକ୍ତର ଓ ସ୍ନେକ ହେଲ୍ପଲାଇନ ଉପଲବ୍ଧ ରହିବ।