ଗୋରଖପୁର ଶିଶୁ ମୃତ୍ୟୁ ଘଟଣା ! ଅକ୍ସିଜେନ୍‌ ଯୋଗାଣକାରୀ ଗିରଫ

25

କନକ ବ୍ୟୁରୋ : ଗତ ମାସ ଅକ୍ସିଜେନ୍‌ ଅଭାବରୁ ଗୋରଖପୁରର ବାବା ରାଘବ ଦାସ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଗୋଟାଏ ସପ୍ତାହ ମଧ୍ୟରେ ୬୦  ଜଣ ଶିଶୁ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏବେ ସେହି ଘଟଣା ପାଇଁ ଉକ୍ତ ହସ୍ପିଟାଲ୍‌ର ଅକ୍ସିଜେନ୍‌ ଯୋଗାଣକାରୀକୁ ଦୋଷୀ ବୋଲି ସନ୍ଦେହ କରି ପୁଲିସ୍‌ ଗିରଫ କରିଛି । ଅକ୍ସିଜେନ୍‌ ଅଭାବରୁ ଏତେ ଶିଶୁଙ୍କର ମୃତ୍ୟୁ ଘଟିଛି ବୋଲି ପୂର୍ବରୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ପୁଲିସ୍‌ ଜଣଙ୍କୁ ଗିରଫ କରିବା ସହ ଅନ୍ୟ ୯ ଜଣକୁ ହେପାଜତରେ ରଖିଛି । ପରବର୍ତ୍ତୀ ମୂହୁର୍ତ୍ତରେ ଅଭିଯୁକ୍ତମାନଙ୍କୁ ସ୍ଥାନୀୟ କୋର୍ଟକୁ ଫରଓ୍ଵାର୍ଡ କରାଯିବ ।