ଉତ୍ତର ପ୍ରଦେଶ ସରକାରଙ୍କ ଘୋଷଣା : ପ୍ରତ୍ୟେକ ବର୍ଷ ପାଞ୍ଚ ଜଣ କବିଙ୍କୁ ଦେବେ ଗୋପାଳ ଦାସ ପୁରସ୍କାର

37

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ଶାଲନ କରୁଥିବା ଯୋଗୀ ସରକାର ପ୍ରତ୍ୟେକ ବର୍ଷ ପାଞ୍ଚ ଜଣ କବିଙ୍କୁ ଗୋପାଳ ଦାସ ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି । ସେଠାରେ ଅତ୍ୟନ୍ତ ଲୋକପ୍ରିୟ କବି ଗୋପାଳ ଦାସଙ୍କର ଦେହାନ୍ତ ହୋଇଥିଲା । ତେଣୁ ତାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କବି ଗୋପାଳ ଦାସଙ୍କ ମୃତ୍ୟୁପରେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଏହାସହ ସେଠାକାର ରାଜ୍ୟପାଳ ମଧ୍ୟ ଶୋକ ପ୍ରକାଶ କରିବା ସହ ଯୋଗୀଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ଏହାସହ ବିଧାନସଭାର ବାଚସ୍ପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ତାଙ୍କର ଶେଷ ଦର୍ଶନ କରିଥିବା ଜଣାପଡିଛି । ଗୋପାଳ ଦାସ ଜଣେ ବିଶିଷ୍ଟ କବି ଭାବରେ ସେଠାକାର ସ୍ଥାନୀୟ ଅଞ୍ଚଳର ସହ ସାରା ଦେଶରେ ଜଣେ ପରିଚିତ ଚେହେରା । ତେବେ ସେ ଦିଲ୍ଲୀର ସର୍ବଭାରତୀୟ ମେଡିକାଲ କଲେଜର ଚିକିତ୍ସାଧୀନ ଅବସ୍ଥାର ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେହାନ୍ତ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିବା ଜଣାପଡିଛି । ଏହାସହ ସେ ଅନେକ ଛୋଟ ମୋଟ ବହି ଲେଖିଥିବା ଜଣାପଡିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ମଧ୍ୟ ତାଙ୍କୁ ଅନେକ ବାର ସମ୍ମାନ କରିଥିବା ସୂଚନା ମିଳିଛି ।