ଭୁବନେଶ୍ୱରରୁ ଗିରଫ ହେଲା ଗୋଲଡେନ ଜ୍ୟୋତି : ୧୨ କୋଟି ଟଙ୍କା ଜାଲିଆତି ବେଳେ ଜ୍ୟୋତିରଂଜନ ବେହେରାକୁ ଗିରଫ କଲା ଚନ୍ଦ୍ରଶେଖରପୁର ପୁଲିସ

୧୧୦ କୋଟି ପାଇଁ କରିଥିଲା ଡିଲ୍

1,291

କନକ ବ୍ୟୁରୋ: ରାଜଧାନୀରୁ ସୋମବାର ଅପରାହ୍ନରେ ଚନ୍ଦ୍ରଶେଖର ପୁଲିସ ଫେରାର ଥିବା ଗୋଲଡେନ୍ ବାବାକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମ ଜ୍ୟୋତିରଞ୍ଜନ ବେହେରା ଓରଫ ଗୋଲଡେନ୍ ବାବା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗୋଲଡେନ୍ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର‌୍ୟ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ ଚେକ୍ ବାଉନ୍ସ, ଠକେଇ ଓ ଜମି ହେରାଫେରି ଆଦି ମାମଲା ସାମିଲ ରହିଛି। ବଡ଼ବିଲରେ ଜଣଙ୍କୁ ନିଜର ଠକେଇର ଶିକାର ବନାଇଥିବା ବି ଗୋଲଡେନ୍ ବାବା ନାମରେ ଅଭିଯୋଗ ହୋଇଥିଲା।

ପୁଲିସ ଅନେକ ଦିନ ହେବ ଗୋଲଡେନ୍ ବାବାକୁ ଖୋଜୁଥିଲା। ଗୋଲଡେନ୍ ବାବା ପ୍ରଥମେ ନୀଳାଦ୍ରି ବିହାରରେ ରହୁଥିଲା। ସେଠାରୁ ଫେରାର ହୋଇ କଳାରାହଙ୍ଗ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି। ଗୋଲଡେନ୍ ବାବା ପାଖରେ ୪ଟି ଦାମୀଦାମୀ ସଉକିନ୍ କାର ଥିବା ପୁଲିସ ସୂଚନା ଦେଇଛି। ଥାନାରେ ଅଟକି ରଖି ଗୋଲଡେନ୍ ବାବାକୁ ପୁଲିସ ପଚରାଉଚରା ଜାରି ରଖିଛି।