ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ ଜବତ ! ୩୫ ଲକ୍ଷ ଟଙ୍କାର ୧ କେଜିରୁ ଅଧିକ ଟଙ୍କାର ସୁନା ଜବତ

36

କନକ ବ୍ୟୁରୋ : ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ସୁନା ବିସ୍କୁଟ୍ । ପ୍ରାୟ ୩୫ଲକ୍ଷ ଟଙ୍କାର ୧ କେଜିରୁ ଅଧିକ ସୁନା ଜବତ ହୋଇଛି । କ୍ୱାଲାଲାମପୁରରୁ ନେଇକି ଆସୁଥିବା ୨ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି । ପୁଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ମଧ୍ୟ ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା ।

ସୂଚନାଯୋଗ୍ୟ ଚଳିତ ମାସ ପୂର୍ବରୁ ଏପରି ଦୁଇଟି ସ୍ଥାନରୁ ସୁନା ଜବତ ହୋଇଥିଲା । ଗତ ୧୧ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ବିଦେଶୀ ସୁନା ଓ ଟଙ୍କା ଜବତ କରିଥିଲା କଷ୍ଟମ୍ସ ବିଭାଗ । ମୋଟ ୨୨ଲକ୍ଷ ୨୩ ହଜାର ୩୫ଟଙ୍କାର ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ଗତ କିଛି ମାସ ଭିତରେ ଭୁବନେଶ୍ୱରର ବିମାନ ବନ୍ଦରରୁ ଏକାଧିବାର ସ୍ମଗଲିଙ୍ଗ ହେଉଥିବା ସୁନା ଓ ସୁନା ବିସ୍କୁଟ ଜବତ ହୋଇଛି ।