ସାବଧାନ ! ୪୮ ଘଂଟା ପାଇଁ ସାରା ବିଶ୍ୱରେ ଠପ୍ ହୋଇପାରେ ଇଂଟରନେଟ୍ ସେବା

80

ଆଜିକାଲି ପ୍ରାୟ ସମସ୍ତେ ଇଂଟରନେଟ୍ ବ୍ୟବହାର କରୁଛନ୍ତି । ଗୋଟିଏ ବି ଦିନ ବିନା ଇଂଟରନେଟରେ ଜୀବନ ବ୍ୟତୀତ କରିବା କଷ୍ଟକର ହୋଇପଡ଼ୁଛି । ମାତ୍ର କିଛି ଘଂଟା ପାଇଁ ପାଖରେ ମୋବାଇଲ ନଥିଲେ କିମ୍ବା ଇଂଟରନେଟ୍ କଟିଗଲେ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି । ତେବେ ଇଂଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଆସିଛି ଏକ ଖରାପ ଖବର । କାରଣ ଆଗାମୀ ସମୟରେ ସାରା ବିଶ୍ୱରେ ୪୮ ଘଂଟା ପାଇଁ ଇଂଟରନେଟ୍ ବନ୍ଦ ହେବ ବୋଲି ସୂଚନା ମିଳିଛି ।

ଇଂଟରନେଟ୍ ୟୁଜରଙ୍କ ପାଇଁ ଆଗାମୀ ଦିନ ଘଂଟା ମୁସ୍କିଲ ପରିସ୍ଥିତି ସୃଷ୍ଟି କରିପାରେ । ସୂଚନା ଅନୁସାରେ ଆଗାମୀ ଦୁଇ ଦିନ ସାରା ଦୁନିଆରେ ଇଂଟରନେଟ୍ ସେବା ବନ୍ଦ ହୋଇପାରେ । ରସିଆ ଟୁଡ଼େର ରିପୋର୍ଟ ଅନୁସାରେ , ଇଂଟରନେଟ୍ ଉପଭୋକ୍ତାଙ୍କ ଆଗାମୀ ୪୮ ଘଂଟା କଷ୍ଟକର ହୋଇପାରେ । ତେବେ ମେନ୍ ଡୋମେନ୍ ସର୍ଭର ଓ ଏହାସହ ଜଡ଼ିତ ନେଟଓ୍ବର୍କ ଇନଫ୍ରାଷ୍ଟକଚର କିଛି ସମୟ ପାଇଁ ବନ୍ଦ ରହିବା ଯୋଗୁଁ ଏପରି ଅସୁବିଧା ଉପୁଜିବ ବୋଲି ଆଶଙ୍କା କରାଯାଉଛି ।

ରିପୋର୍ଟ ଅନୁସାରେ Internet Corporation For Assigned Names and Numbers.(ICANN)  ଏହି ଅବଧି ଭିତରେ ପରିଚାଳନା ସହ ଜଡ଼ିତ କାମ କରିବ । ଆଉ ଏହି ସମୟରେ ((ICANN)ର କ୍ରିପ୍ଟୋଗ୍ରାଫିରେ ପରିବର୍ତ୍ତନ ହେବ, ଯାହା ଇଂଟରନେଟର ଡୋମେନ୍ ନେମ୍ ସିଷ୍ଟମକୁ ସୁରକ୍ଷିତ କରିବ । ସାଇବର ଠକେଇ ଓ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଏପରି କରିବା ଜରୁରୀ ବୋଲି ସୂଚନା ମିଳିଛିି । ସୁରକ୍ଷିତ, ସ୍ଥିର ତତା ଡିଏନଏସ୍ ସୁନିଶ୍ଚିତ କରିବା ପାଇଁ ସାରା ବିଶ୍ୱରେ କିଛି ସମୟରେ ପାଇଁ ନେଟ୍ ବନ୍ଦ ରଖିବା ଜରୁରୀ ହୋଇପଡ଼ିଛି । ତବେ ଏଥିପାଇଁ ଇଂଟରନେଟ୍ ଉପଭୋକ୍ତା, ନେଟୱର୍କ ଅପରେଟର କିମ୍ବା ଇଂଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଯଦି ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି, ତେବ ଆଗାମୀ ସମୟରେ ଆଉ ଅଧିକ ଅସୁବିଧା ଉପୁଜିବ ।

ତେବେ ଏଥିପାଇଁ ଇଂଟରନେଟ୍ୱ୍ ଉପଭୋକ୍ତାମାନେ ଆଗାମୀ ୪୮ ଘଂଟା ମଧ୍ୟରେ ୱେବ୍ ପେଜ୍ ଚଳାଇ ପାରିବେ ନାହିଁ । ଏହାସହ ଅନଲାଇନ୍ ନେଣଦେଣ ଉପରେ ଅସୁବିଧା ହୋଇପାରେ । ଏହା ବ୍ୟତୀତ ଉପଭୋକ୍ତ ପୁରୁଣା ଆଇପିଏସ୍ ବ୍ୟବହାର କରୁଥିଲେ ସେମାନଙ୍କୁ ଗ୍ଲୋବାଲ ନେଟୱର୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।