ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭିକ ମାଗୁଥିଲେ ମେଜରଙ୍କ ଝିଅ ! ଏବେ ବଦଳିଗଲା ଜୀବନ

48

ଜୀବନରେ କେତେବେଳେ କ’ଣ ଯେ ଘଟିବ ସେକଥା କହିବା ମୁସ୍କିଲ । ମଣିଷ ଜୀବନରେ ଅନେକ ସମୟରେ ବାଧାବିଘ୍ନ ଓ ଅସୁବିଧା ଦେଖାଦିଏ । ଆଉ ଅତ୍ୟନ୍ତ ଦୁଃଖକଷ୍ଟରେ ପେଶୀ ହୋଇଯାଏ ମଣିଷ ଜୀବନ । ଆଉ ହସଖୁସିର ସଂସାରରେ କଳାବାଦଲ ଘୋଟିଯାଏ । ଆଉ ଚାହିଁଲେ ବି ସେଥିରୁ ବାହାରି ହୁଏନାହିଁ । ଏମିତି କିଛି ହୋଇଛି ଜଣେ ମେଜରଙ୍କ ଝିଅ ଅଞ୍ଜନା ସହ । ବେଶ ଅଲଅଳିରେ ବଢ଼ିଥିବା ଅଞ୍ଜନାଙ୍କୁ ଅନେକ କଷ୍ଟର ସାମ୍ନା କରିବା ପାଇଁ ପଡ଼ିଥିଲା । ଜଣେ ମେଜରଙ୍କ ଝିଅ ହୋଇ ମଧ୍ୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ସେ ରାସ୍ତା ଭିକ ମାଗିବା ପାଇଁ ବାଧ୍ୟ ହୋଇଗଲେ । ଆସନ୍ତୁ ଜାଣିବା ଅଞ୍ଜନାଙ୍କ ହୃଦୟବିଦାରକ କାହଣୀ ବିଷୟରେ ।

ଅଞ୍ଜନାଙ୍କ ବାପା ଜଣେ ମେଜର ଥିଲେ । କିନ୍ତୁ କାଳର କରାଳତା ଯୋଗୁଁ ବାପା ମା’ଙ୍କୁ ହରାଇଥିଲେ ଅଞ୍ଜନା । ବାପାମା’ଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ ଅଞ୍ଜନା । ଆଉ ନିଜକୁ ଘରର ଚାରିକାନ୍ତ ଭିତରେ ବନ୍ଦ ରଖିଥିଲେ । ଅଞ୍ଜନାଙ୍କ ଅନୁସାରେ ଲକ୍ଷ୍ନୌର ଇନ୍ଦିରା ନଗରରେ ତାଙ୍କର ଘର । ୨୦୦୪ରେ ଏକ ସଡ଼କ ଦୁର୍ଘଟଣାରେ ମା’ବାପାଙ୍କୁ ହରାଇଥିଲେ ଅଂଜନା । ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ବୟସ । ଅଂଜନାଙ୍କ ବାପା ବିପିନ ଚନ୍ଦ୍ର ଭଟ୍ଟ କୁମାଓଂ ରେଜିମେଂଟରେ ମେଜର ଥିଲେ ।

ସେତେବେଳେ ଅଂଜନା ଲକ୍ଷ୍ନୌ ବିଶ୍ୱିବିଦ୍ୟାଳୟରେ ଏମଏ ପ୍ରଥମ ବର୍ଷରେ ନାମ ଲେଖାଇିଥିିଲେ । କିନ୍ତୁ ଦୁର୍ଘଟଣା ପରେ ତାଙ୍କ ସୁନାର ସଂସାର ଉଜୁଡ଼ିଗଲା । ଆଉ ସେ ବାପାମା’ଙ୍କ୍ ମୃତ୍ୟୁ ପରେ ଏତେ ଭାଙ୍ଗିପଡ଼ିଥିଲେ ଯେ ସେ ଆଉ ପାଠପଢ଼ିପାରିଲେ ନାହିଁ । ଚାରିକାନ୍ଥ ଭିତରେ ହିଁ ତାଙ୍କ ଦୁନିଆ ଆବଦ୍ଧ ହୋଇଗଲା । ଅଞ୍ଜନାଙ୍କ କହିବା ଅନୁସାରେ ମାବାପା’ଙ୍କ ମୃତ୍ୟୁ ଖବର ଶୁଣି ଆମେ ତିନ ଭାଇଭଉଣୀ ବହୁତ କାନ୍ଦିଥିଲୁ । ବଡ଼ ଉଭଣି ମୋତେ ବହୁତ ଭଲ ପାଉଥିଲେ । କିନ୍ତୁ ବିଧାତାଙ୍କୁ ଆଉକିଛି ମଞ୍ଜୁର ଥିଲା । ବାପାମା’ଙ୍କ ମୃତ୍ୟୁର କିଛି ଦିନ ଭିତରେ ହିଁ ବଡ଼ ଉଭଣୀର ମଧ୍ୟ ମୃତ୍ୟୁ ହୋଇଗଲା । ତିନି ଭାଇ ଭଉଣୀଙ୍କ ମଧ୍ୟରେ ମଝିଆଁ ହେଲେ ଅଂଜନା ।

ଆଉ ଭଉଣୀର ମୃତ୍ୟୁ ପରେ ଅଂଜନା ଓ ତାଙ୍କ ଭାଇ ଘରୁ ବାହାରବା ବନ୍ଦ କରିଦେଲେ । କିଛି ଦିନ ପରେ ଘରର ବିଜୁଳି ଓ ପାଣି ବନ୍ଦ କରିଦିଆଗଲା । ଘର ପରିତ୍ୟକ୍ତ ହୋଇଗଲା । ୨୦୧୬ରେ ଅଞ୍ଜନାଙ୍କୁ ଭିକ ମାଗିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲ । ତା’ପରେ ପୋଲିସ ଅଞ୍ଜନା ଓ ତାଙ୍କ ଭାଇଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ କହିବା ଅନୁସାରେ ଅଞ୍ଜନା ଓ ତାଙ୍କ ଭାଇଙ୍କୁ ସିଜୋଫ୍ରେନିଆ ନାମକ ଏକ ରୋଗ ହୋଇଛି । ଯଦ୍ୱାରା ଲୋକଙ୍କ ସ୍କୁତି ଶକ୍ତି କମିଯାଏ । ରୋଗୀ ନିଜ ଲୋକଙ୍କୁ ମଧ୍ୟ ଚିହ୍ନ୍ନିପାରନ୍ତି ନାହିଁ । ଭିଡ଼ ଜାଗାକୁ ଯିବାପାଇଁ ଡରନ୍ତି । ଅବସ୍ଥା ଅଧିକ ସଙ୍ଗୀନ ହେଲେ କହାକୁ ଆକ୍ରମଣ ମଧ୍ୟ କରିପାରେ ରୋଗୀ ।

ତେବେ ସୂଚନା ଅନୁସାରେ ଅଞ୍ଜନାଙ୍କ ଅବସ୍ଥାରେ ଏବେ ସୁଧାର ଆସିଛି । ଅଞ୍ଜନାଙ୍କୁ ଓ ତାଙ୍କ ଭାଇଙ୍କୁ ଅଲଗା ଅଲଗା ସେଂଟରେ ରଖାଯାଇଛି । ଅଞ୍ଜନା ଏବେ ବହୁତ ଭଲ ଅଛନ୍ତି । ତାଙ୍କ ଭାଈଙ୍କ ଚିକିତ୍ସା ଚାଲିଛି । ଆର୍ମିରେ ଅଞ୍ଜନାଙ୍କୁ ଚାକରି ମଧ୍ୟ ଦେଇଛନ୍ତି । ଅଂଜନାଙ୍କୁ ଏବେ ଖାଇବା ପିଇବା ସହ କଥା ହେବାର ଟ୍ରେନିଂ ଦିଆଯାଉଛି । ତେବେ ଭାଇ ଭଲ ହୋଇସାରିବା ପରେ ତା’ ସହ ଘରକୁ ଯିବା ପାଇଁ ଚାହୁଁଛନ୍ତି ଅଞ୍ଜନା ।