ନାଇଟ ସିପ୍ଟ କରୁଛନ୍ତି କି ? ଜାଣନ୍ତୁ, କିପରି ରଖିବେ ନିଜର ଧ୍ୟାନ

48

ଆପଣ ନାଇଟ ସିପ୍ଟ କରୁଛନ୍ତି କି ? ଏଥିପାଇଁ ସାଙ୍ଗଙ୍କ ଜନ୍ମଦିନ ପାର୍ଟି ଓ ବିଭିନ୍ନ ଉତ୍ସବରେ ଯୋଗ ଦେଇପାରୁ ନାହାନ୍ତି । ରାତିରେ କାମ କରି କରିି ଆପଣଙ୍କ ଆଖିରେ ଲାଲ ହୋଇଯାଉଛି କମ୍ବା ପେଟ ଫୁଲିବାରେ ଲାଗୁଛି । ନାଇଟ ସିପ୍ଟ କରିବା ଦ୍ୱାରା ଆପଣଙ୍କ ଶରୀର ଉପରେ ଅନେକ ପ୍ରଭାବ ପଡ଼େ । ଅଧ୍ୟୟନ ଅନୁସାରେ ଦିନରେ କାମ କରୁଥିବା ଲୋକଙ୍କ ଅପେକ୍ଷା ରାତିରେ କାମ କରୁଥିବା ଲୋକମାନଙ୍କ ଠାରେ ୨୯ ପ୍ରତିଶତ ଅଧିକ ମୋଟା ହେବାର ଆଶଙ୍କା ଥାଏ । ଯେଉଁମାନେ ପ୍ରତ୍ୟେକ ଦିନ ରାତିରେ କାମ କରନ୍ତି ସେମାନଙ୍କଠାରେ ଏହି ସମସ୍ୟା ଆଗକୁ ବଢିବାର ଆଶଙ୍କା ବେଶୀ ଥାଏ ।

ରାତିରେ କାମ କରିବା ଦ୍ୱାରା ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ ହୋଇଥାଏ ଏହା ସ୍ୱାସ୍ଥ୍ୟ ସମସ୍ୟାର ବଡ କାରଣ ହୋଇଥାଏ । ରାତିରେ କାମ କରିବା ଦ୍ୱାରା ଶରୀରରେ ଷ୍ଟ୍ରେସ୍ ହରମୋନ ବଢିଥାଏ । ଏହି କାରଣରୁ ଶରୀର ସହ ଜଡିତ ଅନେକ ସମସ୍ୟା ଦେଖାଦେଇଥାଏ । ରାତିରେ କାମ କରିବା ଦ୍ୱାରା ଖାଇବାର ସମୟ ଓ ଅଭ୍ୟାସ ବଦଳିଥାଏ । ଏହାଦ୍ୱାରା ହଜମ କ୍ରିୟା ହ୍ରାସ ହୋଇଥାଏ । ଫଳରେ ଖାଦ୍ୟ ହଜମ ନହୋଇ ମୋଟାପଣ ବୃଦ୍ଧି ହୁଏ । ଅନ୍ୟ ଏକ ଅଧ୍ୟୟନ ଅନୁସାରେ ରାତିରେ କାମ କରିବା ଦ୍ୱାରା କେଶକୁ ସଫା କରିବା ଓ ଡିଏନଏର ମରାମତି କରିବାର କ୍ଷମତା ହ୍ରାସ ହୋଇଥାଏ । କେବଳ ଏହା ନୁହେଁ ରାତି ସମୟରେ କାମ କରିବା ଦ୍ୱାରା ନିଦ୍ରାହୀନତା ମଧ୍ୟ ଲାଗିରହିଥାଏ । ଫଳରେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।

ରାତି ସମୟରେ କାମ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଜାଣିଲେ ବି ଏହାର କିଛି ବିକଳ୍ପ ନାହିଁ । ମିଡିଆ ପରି କ୍ଷେତ୍ରରେ ରାତି ସମୟରେ କାମ କରିବା ନିହାତି ଜରୁରୀ । କିଛି ଲୋକ ଏହା ମଧ୍ୟ ଯୁକ୍ତି କରନ୍ତି ଯେ ଲମ୍ବା ସମୟ ଧରି ରାତିରେ କାମ କରିବା ଦ୍ୱାରା ଶରୀର ଧୀରେ ଧୀରେ ଏହାର ଅନୁକୂଳ ହୋଇଯାଏ । ଫଳରେ ଶରୀରର କିଛି କ୍ଷତି ହୁଏ ନାହିଁ । କିନ୍ତୁ ଶରୀରର ଆଭ୍ୟନ୍ତରୀଣ ବାୟୋ କ୍ଲକ ବ୍ୟକ୍ତିର ନିଦ ଓ ଖାଇବା-ପିଇବା ସମୟକୁ ନିର୍ଦ୍ଧାରଣ କରିଥାଏ । ଏବଂ ଏହା ୨୪ ଘଂଟା ଆଲୋକ ଓ ଅନ୍ଧାର ହିସାବରେ ଚାଲିଥାଏ । ଆଉ ଏଥିରେ ପରିବର୍ତ୍ତନ କରିବା ଦ୍ୱାରା ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କେବଳ ରାତିରେ କାମ କରିବା ନୁହେଁ ଖାଇବା, ପିଇବାରେ ବ୍ୟବଧାନ ହେଲେ ବି ଶରୀରକୁ କ୍ଷତି ହୋଇଥାଏ ।

ତଥ୍ୟ ଅନୁସାରେ ଆପଣ ଯଦି ରାତିରେ କାମ କରୁଛନ୍ତି, ସମୟ ସମୟରରେ ଏକ ବିରତି ନେବା ଜରୁରୀ । ଫଳ ଓ ନଟସ୍ ଖାଇବା ମଧ୍ୟ ଜରୁରୀ । ଏହା ସହିତ ଚଲାବୁଲା କରିବା ଅନ୍ତତ୍ୟ ଆବସ୍ୟକ । ଏହା ବ୍ୟତୀତ ସ୍ୱାସ୍ଥ୍ୟକର ସ୍ନାକସ ଖାଇବା ଦରକାର । ଅଧିକ ପରିମାଣରେ ଫଳ ଏବଂ ପରିବା ଖାଇବା ନିହାତି ଆବସ୍ୟକ । ଏହାସହିତ ଘର ତିଆରି ଖାଦ୍ୟ ସାଙ୍ଗରେ ନେବାର ଅଭ୍ୟାସ ରଖିବା ଦରକାର । ଏହା ଫଳରେ ଶରୀରକୁ ଅଳ୍ପ ପରିମାଣର କ୍ୟାଲୋରୀ ମିଳିଥାଏ । ଏହାବ୍ୟତୀତ ରାତିରେ କାମ କରିବା ପରେ ଭଲଭାବେ ଶୋଇବା ଆବଶ୍ୟକ ।