ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଜ୍ୟୋତି ! ୨୦୧୮ ଗେଟ୍ ପରୀକ୍ଷାରେ ପୂରା ଦେଶରେ ହେଲେ ଟପ୍ପର

32

ପ୍ରକାଶ ପାଇଛି ଗେଟ୍ (Graduate Aptitude Test in Engineering) ଫଳାଫଳ । ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଗେଟ୍ ୨୦୧୮ରେ ସାରା ଭାରତରେ ଟପ୍ପର ହୋଇ ସୁନାମ ଆଣିଛନ୍ତି ଓଡିଆ ଛାତ୍ର ଜ୍ୟୋତିରଞ୍ଜନ ବାରିକ୍ । ସେ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟ(OUAT)ର କୃଷି ଯାନ୍ତ୍ରୀକ ବିଭାଗର ଚତୁର୍ଥ ବର୍ଷର ଛାତ୍ର । ଏଗ୍ରିକଲଚର୍ ଇଞ୍ଜିନିୟରିଂ ପେପରରେ ୯୫୯ ନମ୍ବର ରଖି ସେ ଟପ୍ପର ହୋଇଛନ୍ତି ।


ଜ୍ୟୋତିଙ୍କର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଜ୍ୟୋତିରଞ୍ଜନ ଓଡ଼ିଶା ପାଇଁ ପ୍ରେରଣା ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଓୟୁଏଟି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଜ୍ୟୋତିରଞ୍ଜନଙ୍କ ଘର କଟକ ଜିଲ୍ଲା ଫୁଲନଖରା ଅଞ୍ଚଳରେ । ତାଙ୍କର ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପା,ଭାଇ ଏ ଶିକ୍ଷକ ମାନଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଆଇଆଇଟି ଖଡଗପୁରରେ ଅଧ୍ୟୟନ କରିବା ପରେ ପିଏଚଡି କରିବା ସହ ବୈଜ୍ଞାନିକ ହେବାର ଆଶା ରଖିଥିବା ଜ୍ୟୋତିରଞ୍ଜନ କହିଛନ୍ତି ।