ଇତିହାସ ପାଲଟିବ ଦ୍ୱିତୀୟ କୋଣାର୍କର କୀର୍ତ୍ତିରାଜି : ଧ୍ୱଂସାଭିମୁଖୀ ପୁରୀ ଜିଲ୍ଲା ଗୋପର ଗଙ୍ଗେଶ୍ୱରୀ ମନ୍ଦିର

48

କନକ ବ୍ୟୁରୋ : ଭାରତର କୌଣସି ପ୍ରାଚୀନ ମନ୍ଦିର କଳାକୃତି ଠାରୁ କମ୍ ନୁହେଁ ପୁରୀ ଜିଲ୍ଲା ଗୋପ ବ୍ଲକ ବୟାଳିଶିବାଟି ଗାଁର ମିନି କୋଣାର୍କ ଗଙ୍ଗେଶ୍ୱରୀ ମନ୍ଦିର । କୋଣାର୍କ ଭଳି ପ୍ରତି ପଥରରେ ଖୋଦେଇ ହୋଇଛି କଳାକୃତି । ଆଉ ଏବେ ଏହି ମନ୍ଦିର ଧ୍ୱଂସାଭିମୁଖୀ । ସ୍ଥିତି ଏଭଳି ହୋଇଛି ଯେ, କେତେବେଳେ ମନ୍ଦିର ଭୁଷୁଡି ପଡିବ ତାହା କହିହେବନି ।

ମନ୍ଦିରର ଚାରିପଟ ବର, ଓସ୍ତ, ଗଛଲତାରେ ଭର୍ତ୍ତି ହୋଇଗଲାଣିି । କେତେକ ସ୍ଥାନରେ ବରଗଛର ଚେର ମନ୍ଦିରକୁ ଫଟେଇ ଦେଲାଣି । ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଦାୟିତ୍ୱରେ ଥିବା ଏହି ମିନି କୋଣାର୍କ ମନ୍ଦିର ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଖୁବ୍ ଶୀଘ୍ର ପ୍ରଶାସନ ଏ ଦିଗରେ ନଜର ଦେଇ ମନ୍ଦିରର ମରାମତି କରିବା ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଗଙ୍ଗେଶ୍ୱରୀ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ପ୍ରସ୍ତର ସ୍ତମ୍ବରେ ପରିଣତ ହୋଇଛି ।