ଠାକୁରଙ୍କ ଆଗରେ ଜୁଆ ଆଡ୍ଡା ! ସୋସିଆଲ ମିଡିଆରେ ବଦନାମ୍ ହେଲା ମନ୍ଦିର ମାଳିନୀ ସହର ଭୁବନେଶ୍ୱର

37

କନକ ବ୍ୟୁରୋ : ମନ୍ଦିର ଭିତରେ ଜୁଆ ଆଡା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୋସିଆଲ ମିଡିଆରେ ଏନେଇ ଭିଡିଓ ଭାଇରାଲ ହେବା ପରେ ସତ ପଦାକୁ ଆସିଛି । ମନ୍ଦିରମାଳିନୀ ସହରରେ ଚାଲିଛି ଏହି ବେଆଇନ୍ କାରବାର । ରାଜଧାନୀର ଲକ୍ଷ୍ମଣେଶ୍ୱର ମନ୍ଦିର ବେଢାରେ ଆଡା ଜମାଇଛନ୍ତି ଜୁଆଡି । ଖବରର ସତ ପରଖିବା ପାଇଁ ମନ୍ଦିର ପରିସରରେ ପହଁଚିଥିଲା କନକ ନ୍ୟୁଜ୍ ଟିମ୍ । ଏବଂ କିଛି ଯୁବକ ଜୁଆ ଖେଳୁ ନଥିଲେ ମଧ୍ୟ ଆଡା ଜମାଇଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ । ଏଥିପ୍ରତି ପୁଲିସ ନଜର ଦେବା ଆବଶ୍ୟକ ବୋଲି କହିଛନ୍ତି

templeସୋସିଆଲ ମିଡିଆରେ ବଦନାମ୍ ହେଲା ମନ୍ଦିର ମାଳିନୀ ସହର ଭୁବନେଶ୍ୱର । ପର୍ଯ୍ୟଟକଙ୍କ ଅଭିଯୋଗ- ରାଜଧାନୀର ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲିଛି ଜୁଆ ଆଡ୍ଡା । ଯୁବକ ଜଣକ କହିବାକଥା ହେଉଛି ପ୍ରାଚୀନ ଐତିହ୍ୟ ସଂପନ୍ନ ମନ୍ଦିରର ପରିବେଶକୁ ନଷ୍ଟ କରି ଦେଉଛନ୍ତି ଅସାମାଜିକ । ମନ୍ଦିର ପରିବେଶଗୁଡିକ ପାଲଟିଯାଇଛି ଜୁଆଡିଙ୍କ ଆଡ୍ଡାସ୍ଥଳି । ଏଥିପ୍ରତି ପୁଲିସ ନଜର ଦେବା ଆବଶ୍ୟକ ବୋଲି ପର୍ଯ୍ୟଟକ କହିଛନ୍ତି ।

ଖବରର ସତ୍ୟାସତ୍ୟ ଜାଣିବା ପାଇଁ ଭୁବନେଶ୍ୱର ଲକ୍ଷମଣେଶ୍ୱର ମନ୍ଦିରରେ ପହଂଚିଥିଲା କନକ ନ୍ୟୁଜ୍ । କିଛି ଯୁବକ ଆଡ୍ଡା ଜମାଇଥିବା ଦେଖିବାକୁ ମଳିଥିଲା । ଅବଶ୍ୟ କନକ ନ୍ୟୁଜର ଟିମ୍ ପହଁଚିଥିବା ବେଳେ କେହି ଜୁଆ ଖେଳୁଥିବା ନଜରକୁ ଆସି ନଥିଲେ । ଭାଇରାଲ ହୋଇଥିବା ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଭେଟି ତାଙ୍କ ସହ ଆଲୋଚନା ବି କରିଥିଲୁ । ଏହି ଘଟଣା ପଦାକୁ ଆସିବା ପରେ, ଭୁବନେଶ୍ୱର ଡିସିପିଙ୍କୁ ତଦନ୍ତ ପାଇଁ ଟ୍ୱିଟ୍ ଯୋଗେ ଜଣାଇଛନ୍ତି ପୁଲିସ ଡିଜି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି । ପୁରାତନ ମନ୍ଦିର ଓ ଏହାର ଐତିହ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ଏହିସବୁ ଅଂଚଳର ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।