ଫେସବୁକରେ ଫ୍ୟାମିଲି ଡ୍ରାମା ! ଶାଶୁଙ୍କୁ ଭିଲେନ୍ କହିଲେ ଶିଶିର ଗମାଙ୍ଗଙ୍କ ପତ୍ନୀ ମୋନିକା

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗମାଙ୍ଗ ଘର ଗୁମର । ପର ପୁରୁଷର ପ୍ରେମରେ ପଡି ଧୋକ୍କା ଦେଲେ ପତ୍ନୀ । ସ୍ତ୍ରୀ ବିରୋଧରେ ଶିଶିର ଗମାଙ୍ଗ ପ୍ରତାରଣା ଅଭିଯୋଗ ଆଣିଲେ । ପୁଅକୁ ନିର୍ଯାତନା ଦେବା କଥା ବି ଉଠାଇଲେ । ଜୁନିୟର ଗମାଙ୍ଗଙ୍କ ଅଭିଯୋଗ ପରେ ଆଜି ମୁହଁ ଖୋଲିଛନ୍ତି ଗମାଙ୍ଗ ଘର ବୋହୂ। କହିଛନ୍ତି, ସବୁ ମିଛ ଅଭିଯୋଗ । ସୋସିଆଲ୍ ସାଇଟ୍ ଫେସବୁକରେ ଜବାବ ବି ରଖିଛନ୍ତି ମୋନିକା ।

ମୋନିକା ଖୋଲିଛନ୍ତି ପାରିବାରିକ ବିବାଦର ଭିତିରି କଥା । କହିଛନ୍ତି , କଣ ପାଇଁ ସେ ଶିଶିରଙ୍କୁ ଛାଡିଲେ। ଏପରିକି ଶିଶିର ଓ ତାଙ୍କ ଭିତରେ ବିବାଦ ପାଇଁ ଶାଶୁ ହେମା ଗମାଙ୍ଗଙ୍କୁ ଦାୟୀ କରିଛନ୍ତି ମୋନିକା ।

କିଏ ଭାଂଗିଲା ଗମାଙ୍ଗ ପରିବାର । ପାରିବାରିକ ବିବାଦ ପଛରେ କାରଣ କଣ । ୟା ଭିତରେ ଏହି କାହାଣୀରେ ଆସିଛି ଆଉ ଗୋଟିଏ ଟ୍ୱିଷ୍ଟ । ପରିବାରର ବିବାଦ ପଛରେ ବିଧାୟକ ତାରା ବାହିନିପତିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଜୁନିୟର ଗମାଙ୍ଗ । କହିଛନ୍ତି, ତାରା ଭାଂଗିଦେଲେ ଗମାଙ୍ଗ ଘର । ଶିଶିରଙ୍କ ଅଭିଯୋଗ ଉପରେ ଆଜି ମୁହଁ ଖୋଲିଛନ୍ତି କୋରାପୁଟ୍ ବିଧାୟକ।

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାରିବାରିକ କାହାଣୀକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଘର କଳିରେ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ଭୂମିକାକୁ ନେଇ ବି ଉଠିଛି ପ୍ରଶ୍ନ । ଆଉ ଏସବୁ ଭିତରେ ଆଜି ମାନବାଧିକାର କମିଶନ ଆଗରେ ଫେରାଦ ହୋଇଛନ୍ତି ଶିଶିର ଗମାଙ୍ଗ।