ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ‘ବେଫିକ୍ରେ’

29

‘ଦିଲ୍‌ଓ୍ଵାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘ମୋହବତେଁ’ ଏବଂ ‘ରବ୍‌ ନେ ବନା ଦି ଯୋଡ଼ି’ ପରି ହିଟ୍‌ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଚତୁର୍ଥ ହିନ୍ଦୀ ଫିଲ୍ମ ‘ବେଫିକ୍ରେ’ ଆଜି ପରଦାକୁ ଆସିଛି । ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି। ବିଶାଳ ଶେଖର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ।

ଅତୀତରେ ଶାହାରୁଖ୍ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର ଯୋଡିକୁ ବଲିଉଡର ବେଷ୍ଟ ଯୋଡି ଭାବରେ ନିଆଯାଉଥିଲା । କିନ୍ତୁ ଏଥର ଏଥିରରେ ବ୍ୟତିକ୍ରମ ଘଟିଛି, ଆଦିତ୍ୟ ଚୋପ୍ରା ଏଥର ତାଙ୍କର ଫିଲ୍ମରେ ରଣବୀର ସିଂହଙ୍କୁ ନାୟକ ଭାବରେ ନେଇଛନ୍ତି, ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ବାଣୀ କପୁର । ଏହା ରଣବୀର-ବାଣୀଙ୍କ ଯୋଡିର ପ୍ରଥମ ହିନ୍ଦୀ ସିନେମା ।

ଅତୀତରେ କେବଳ ଶାହାରୁଖ୍‌ ଖାନ୍‌ଙ୍କୁ ହିରୋ ଭାବେ ନେଇ ଫିଲ୍ମ ତିଆରି କରୁଥିବା ନିର୍ଦ୍ଦେଶକ ଆଦିତ୍ୟ ଏଥର କିନ୍ତୁ ନାୟକ ଭାବେ ନେଇଛନ୍ତି ରଣବୀର ସିଂହଙ୍କୁ। ଏଥିରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ବାଣୀ କପୁର।

ଏହା ମଧ୍ୟ ରଣବୀର-ବାଣୀଙ୍କ ଯୋଡ଼ିର ପ୍ରଥମ ହିନ୍ଦୀ ସିନେମା । ଫିଲ୍ମରେ ରଣବୀର-ବାଣୀ କପୁରଙ୍କର ୨୩ଟି କିସ୍‌ ସିନ୍‌ ଥିବାକୁ ନେଇ ଚର୍ଚ୍ଚା ଚାଲିଛି।  ଏହି ମ୍ୟୁଜିକାଲ ରୋମାଣ୍ଟିକ୍‌ ଫିଲ୍ମ ବକ୍ସ ଅଫିସ୍‌ରେ ସଫଳତା ପାଉଛି ନା ନାହିଁ ତା’ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି ।