ନିମନ୍ତ୍ରଣ ପତ୍ରରେ ଚେତାବନୀ : ମଦ୍ୟପଙ୍କୁ ବାହାଘରକୁ ଆସିବା ମନା

254

2ଏବେ ବାହାଘର ଋତୁ । ଚାରିଆଡେ ଚାଲିଛି ବିବାହର ପର୍ବ । ଅନେକ ନିମନ୍ତ୍ରଣ ପତ୍ର ବଣ୍ଟା ଚାଲିଛି । ହେଲେ ଆପଣ କେବେ ବାହାଘର ନିମନ୍ତ୍ରଣ ପତ୍ରରେ କାର୍ଯ୍ୟସୂଚୀ ସହ କିଛି ଚେତାବନୀର ବାର୍ତା ଛପାଯିବାର ଦେଖିଛନ୍ତି କି ! ହଁ ଏମିତି ଏକ ବାହାଘର ନିମନ୍ତ୍ରଣ ପତ୍ରକୁ ନେଇ ସୋସିଆଲରେ ଏବେ ଖୁବ୍ ଚର୍ଚ୍ଚା । ନିଜ ଝିଅର ବିବାହରେ ଜଣେ ବାପା ବରଯାତ୍ରୀଙ୍କୁ ନିମନ୍ତ୍ରଣ ପତ୍ରରେ ଦେଇଛନ୍ତି ଚେତାବନୀ । ମଦ୍ୟପ ବରଯାତ୍ରୀଙ୍କୁ ବିବାହକୁ ଆସିବାକୁ ମନାକରିଛନ୍ତି ନିମନ୍ତ୍ରଣ ପତ୍ରରେ ।

3ମୀରଟ ଜିଲ୍ଲାର ରୋହତାଶ କଶ୍ୟପଙ୍କ ଝିଅ ରୁବି କଶ୍ୟପଙ୍କ ବିବାହ ଥିଲା । ସମସ୍ତେ ଜାଣନ୍ତି ବରଯାତ୍ରୀମାନେ ମଦ ପିଇ କନ୍ୟା ପକ୍ଷର ମହିଳା ଓ ଝିଅଙ୍କୁ ଟିକେ ଥଟ୍ଟାମଜା କରିଥାନ୍ତି । ଏହାଛଡା ବିନା କାରଣରେ ମଧ୍ୟ ନାଚଗୀତ ବେଳେ ବିବାହ ଶୋଭାଯାତ୍ରାରେ ମାଡପିଟି ଆରମ୍ଭ ହୋଇଥାଏ । ଏହି କାରଣରୁ ଝିଅର ପରିବାର ବିବାହକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ବିବାହରେ ଆସୁଥିବା ଲୋକଙ୍କ ପାଇଁ ସତର୍କ ବାର୍ତା ଦେଇଛନ୍ତି । ଆଉ ବିବାହ କାର୍ଡରେ ଛପାଇଛନ୍ତି ସତର୍କ ବାର୍ତା ।

ବିବାହିତାର ବାପା କହିଛନ୍ତି ନିମନ୍ତ୍ରଣ ପତ୍ରରେ ଅନ୍ୟ କାର୍ଯ୍ୟସୂଚୀ ସହ ଚେତାବନୀ ବି ଦିଆଯାଇଛି । ଏଥିରେ ଲେଖା ହୋଇଛି ଆସୁଛ ଯଦି ଆସ , ହେଲେ ମଦ ପିଇବା ଯଦି ସଉକ, ତାହେଲେ ଏଠାକୁ ଆସନାହିଁ । ଏହିଭଳି ଏକ ନିମନ୍ତ୍ରଣ ପତ୍ରକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା । ଅନେକ ଏପରି ବାର୍ତାକୁ ପସନ୍ଦ କରିବାର ଜଣାପଡିଛି । ଅନେକଙ୍କର ମତ ଆଜିକାଲି ଯୁବପିଢି ବିବାହକୁ ଏକ ମଦମାଂସର ମାହୋଲ ଭାବି ନେଉଛନ୍ତି । ଏଣୁ ଏଥିରେ ପରିବର୍ତ୍ତନ ଦରକାର ।