ଟଙ୍କା ବଦଳରେ କାଗଜ

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜମି ଓ ଘରର ସ୍ୱପ୍ନ ଦେଖାଇ କୋଟି କୋଟିର ଲୁଟ୍ । ଲୋକଙ୍କୁ ସ୍ୱପ୍ନ ଦେଖାଇ ଲୁଟ୍ କରୁଛନ୍ତି ବିଲଡର । ଆଉ ଟଂକା ଦେଇ ବି ବର୍ଷ ବର୍ଷ ଧରି ଲୋକେ ପାଉନାହାଁନ୍ତି ସେମାନଙ୍କ ସ୍ୱପ୍ନର ଘର ।

vlcsnap-2016-05-23-20h27m25s362ଟଙ୍କା ଦେଇ ଫସି ଯାଇଥିବା ଏମିତି ଜଣେ ଗ୍ରାହକ ହେଉଛନ୍ତି ହେଲେ ରାଜ୍ୟର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସଙ୍କ କୋଚ୍ ରାଜେନ୍ଦ୍ର ସାହୁ । ପଦ୍ମିନୀ ରାଉତ ,କିରଣ ମନିଷା ମହାନ୍ତିଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳୀଙ୍କୁ ତିଆରି କରିଛନ୍ତି ସେ । ହେଲେ ଠକ ବିଲଡରଙ୍କ ସତରଂଜୀ ଚାଲ୍ ତାଙ୍କୁ ହରାଇ ଦେଇଛି । ଜମି ପାଇଁ ଷ୍ଟାର୍ କନସଲଟାନ୍ସି ନାମକ ଏହି ସଂସ୍ଥା ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଛୁ ମାରିଛି ।

ଠକ ଜମି ଦଲାଲ୍ ଓ ବେଇମାନ୍ ବିଲଡରଙ୍କ ଉପରେ ଏବେ ଚଢାଉ ଜାରି ରହିଛି । ଅନେକ ନାମିିଦାମୀ ବିଲଡରþ ଗିରଫ୍ ହୋଇଛନ୍ତି । ହେଲେ ହଜାର ହଜାର ଲୋକଙ୍କ କୋଟି କୋଟି ଟଙ୍କା ଲୁଟ୍ ହୋଇଯାଇଛି । ସେପଟେ ହାଇଟେକ୍ ଗ୍ରୁପର ମୁଖ୍ୟ କହିଛନ୍ତି , ଗ୍ରାହକମାନେ ଟଙ୍କା ଦେବା ଅଧାରୁ ବନ୍ଦ କରି ଦେଇଥିବାରୁ ପ୍ରୋଜେକ୍ଟ କାମ ଶେଷ ହୋଇ ପାରୁନି ।