ପାକିସ୍ତାନ ଆତଙ୍କବାଦ ବିପକ୍ଷରେ ଭାରତକୁ ସହାୟତା କରିବା ପାଇଁ ଆଗକୁ ଆସିଲେ ଏହି ତିନି ବଡ ଦେଶ !

345

ଫେବୃୟାରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଯବାବ୍ ଦେବା ପାଇଁ ଭାରତ ଅଣ୍ଟା ଭିଡି ସାରିଲାଣି । ପ୍ରଥମେ ପାକିସ୍ତାନରୁ ଏମଏଫଏନ୍ ର ସମ୍ନାନ ଏବଂ ଖାଦ୍ୟପଦାର୍ଥ ରପ୍ତାନୀରେ ରୋକ ଲଗାଇବା ପରେ ଏବେ ପାକିସ୍ତାନକୁ ପାଣି ବନ୍ଦ କରିବାରେ ଭାରତ ଲାଗିପଡିଛି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରମୁଖ ମସୁଦ୍ ଅଜହରକୁ ସଂଯୁକ୍ତ ରାଷ୍ଟ୍ରରେ ଗ୍ଲୋବାଲ୍ ଆତଙ୍କବାଦୀ ଘୋଷଣା କରିବାର ପ୍ରୟାସରେ ଲାଗି ପଡିଛନ୍ତି । କିନ୍ତୁ ଏଥର ଭାରତ ଏକାକୀ ଏହି ଆତଙ୍କବାଦର ସାମ୍ନା କରିବାକୁ ଯାଉନାହିଁ । ପାକିସ୍ତାନ ଆତଙ୍କବାଦୀଙ୍କ ବିପକ୍ଷରେ ଭାରତକୁ ସହାୟତା କରିବା ପାଇଁ ଦୁନିଆର ବଡ ବଡ ଦେଶ ସାମ୍ନାକୁ ଆସିଛନ୍ତି । ଏଫ୍.ଆଇ.ଆର୍ ନାମରେ ଖ୍ୟାତ ଥିବା ଏହି ତିନୋଟି ଦେଶ ହେଲେ ଫ୍ରାନ୍ସ ,ଇସରାଏଲ୍ ଏବଂ ଋଶ୍ । ଏହ ତିନିି ଦେଶ ଭାରତ ସପକ୍ଷରେ ଠିଆ ହୋଇ ପାକିସ୍ତାନ ବିପକ୍ଷରେ ରହିଛନ୍ତି ।