ଦେଶର ଚାରିଟି ଲୋମଟାଙ୍କୁରା ଦୁଷ୍କର୍ମ ମାମଲା ! ଯାହା ଆଇନକୁ ବି ବଦଳିବାକୁ କରିଛି ବାଧ୍ୟ

101

ଆଜି ନିର୍ଭୟା ମାମଲାରେ ୪ଜଣ ଦୋଷୀ ମୁକେଶ, ବିନୟ ଶର୍ମା, ପବନ ଗୁପ୍ତା ଓ ଅକ୍ଷୟ ଠାକୁରଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ‘ନିର୍ଭୟା ମାମଲାରେ ଦୋଷୀମାନେ କ୍ରୁର, ନୃଶଂସ ଓ ପଶୁତ୍ୱର କାର୍ଯ୍ୟ କରିଛନ୍ତି । ଏହା ମାନବିକତାର ଆତ୍ମାକୁ ଦୋହଲାଇ ଦେଇଛି । ସେମାନେ କେବେହେଲେ ଉଦାରତାର ଯୋଗ୍ୟ ନୁହଁନ୍ତି ’ ।

ତେବେ ଏଭଳି ଜଘନ୍ୟ ଅପରାଧର ଏହା ପ୍ରଥମ ମାମଲା ନୁହେଁ । ଏହା ପୂର୍ବରୁ ଦୁଷ୍କର୍ମର ଅନେକ ଲୋମଟାଙ୍କୁରା ଘଟଣା ମଧ୍ୟ ଆସିଛି ସାମ୍ନାକୁ । ଏମିତି କିଛି ଘଟଣା ଯାହା ଆମକୁ ଭାବିବାକୁ କରିଛି ବାଧ୍ୟ । ଏହାକୁ ଆପଣ ମିଡିଆ କଭରେଜ୍ କହିପାରନ୍ତି କିମ୍ବା ଦୁଷ୍କର୍ମର ଜଘନ୍ୟତା ଯାହା ବର୍ଷ ବର୍ଷ ଧରି ରହିଯାଏ ଆମ ସ୍ମୃତିରେ । ଏବେ ଦେଖନ୍ତୁ ସେମିତି କିଛି ବହୁଚର୍ଚ୍ଚିତ ଦୁଷ୍କର୍ମ ଘଟଣା ଉପରେ ଯାହା ନାକେବଳ ସମାଜ ବରଂ ଆଇନକୁ ମଧ୍ୟ ବଦଳିବାକୁ କରିଛି ବାଧ୍ୟ ।

ଫୁଲମୋନୀ ଦାସୀ :
child-rapeଫୁଲମୋନୀ ଦାସୀ ବାଲ୍ୟ ବିବାହ ଏବଂ ବୈବାହିକ ବଳାତ୍କାର ମାମଲା ଥିଲା । ଯାହା ଘଟିଥିଲା ୧୮୮୯ରେ । ୧୦ ବର୍ଷର ଛୋଟ ଝିଅ ଫୁଲମୋନୀର ବିବାହ ନିଜ ବୟସଠାରୁ ଦୁଇଗୁଣ ବଡ ହରି ମୋହନ ମେତି ସହ ହୋଇଥିଲା । ତେବେ ସ୍ୱାମୀ ଜବରଦସ୍ତ ଶାରୀରିକ ସଂପର୍କ ରଖିବା ସମୟରେ ଫୁଲମୋନୀର ମୃତ୍ୟୁ ହୋଇଯାଇଥିଲା । ୬ ଜୁଲାଇ ୧୮୯୦ରେ କୋଲକାତା ସେସନ୍ କୋର୍ଟରେ ମାମଲା କେସ୍ ଚାଲିଲା । ତେବେ ସେ ସମୟରେ ବିବାହ ପାଇଁ ଆଇନଗତ ବୟସ ଥିଲା ୧୦ବର୍ଷ । ଏବଂ ଆଇପିସି ଧାରା ୩୭୫ ଅନୁଯାୟୀ ପତ୍ନୀ ସହ ଜୋର କରି ଜୋର କରି ରଖାଯାଉଥିବା ଶାରୀରିକ ସଂପର୍କକୁ ବଳାତ୍କାରରେ ଯାଉ ନଥିଲା । ଯେଉଁଥିପାଇଁ ଫୁଲମୋନୀଙ୍କ ସ୍ୱାମୀ ହରିକୁ କେବଳ ୧୨ ମାସ ଦଣ୍ଡ ହୋଇଥିଲା ।

ତେବେ ଏହି ମାମଲା ପରେ ହି ଭାଇସରାୟ ଲର୍ଡ ଲେସଡାଓନ୍ ୯ ଜାନୁଆରୀ ୧୮୯୧ରେ ଏକ ପ୍ରସ୍ତାବ ପାରିତ କରିଥିଲେ । ଏହି ପ୍ରସ୍ତାବ ଅନୁଯାୟୀ ସହମତିରେ ସେକ୍ସର ବୟସ ୧୦ରୁ ୧୨ ବର୍ଷ ହୋଇଥିଲା । ୨୯ ମାର୍ଚ୍ଚ ୧୮୯୧ରେ ହିଁ ସେକ୍ସନ୍ ୩୭୬ ଯୋଡଗଲା କି ୧୨ ବର୍ଷରୁ କମ୍ ବୟସ ଝିଅ ସହ ଶାରୀରିକ ସଂପର୍କ ରଖିଲେ ଏହା ଦୁଷ୍କର୍ମରେ ଗଣାଯିବ ।

ମଥୁରା ଦୁଷ୍ମର୍ମ ମାମଲା :
Mathura-rape-1୨୬ ମାର୍ଚ୍ଚ ୧୯୭୨ରେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଦୁଇଜଣ ପୁଲିସ୍ କର୍ମୀ ଜଣେ ଆଦିବାସୀ ଝିଅ ମଥୁରାକୁ ଦୁଷ୍କର୍ମ କରିଥିଲେ । ଘଟଣା ସମୟରେ ଝିଅଟିର ବୟସ ଥିଲା ମାତ୍ର ୧୫ବର୍ଷ ।

ଘଟଣାଟି ହେଉଛି ଏହିପରି । ନୁସି ନାମକ ଜଣେ ମହିଳାଙ୍କ ଘରେ ମଥୁରା କାମ କରୁଥିଲା । ଏହି ସମୟରେ ନୁସିଙ୍କ ଭଣଜା ଅଶୋକଙ୍କ ସହ ମଥୁରାଙ୍କ ପ୍ରେମ ସଂପର୍କ ଗଢିଉଠିଥିଲା । ହେଲେ ମଥୁରାର ଭାଇମାନେ ଉଭୟଙ୍କ ବିବାହକୁ ବିରୋଧ କରିଥିଲେ । ତେଣୁ ସେମାନେ ଅଶୋକ ଏବଂ ତାଙ୍କ ପରିବାର ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ । କହିଥିଲେ ମଥୁରା ଛୋଟ ହୋଇଥିବାରୁ ଅଶୋକ ତାକୁ ଅପହରଣ କରିଛି ।

ଅଭିଯୋଗ ପରେ ପୁଲିସ୍ ଅଶୋକ ଏବଂ ତା ପରିବାରକୁ ଉଠାଇ ଥାନାକୁ ନେଇଯାଇଥିଲା । ତେବେ ଯାଂଚ ସମୟରେ ସମସ୍ତଙ୍କୁ ବାହାରକୁ ପଠାଇ ମଥୁରାକୁ ଥାନା ଭିତରେ ରଖି ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ଦୁଇ ପୁଲିସ୍ କର୍ମଚାରୀ । ଘଟଣା ସାମ୍ନାକୁ ଆସିବା ପରେ ରୁଜୁ ହେଲା ମାମଲା । ୧ ଜୁନ୍ ୧୯୭୪ରେ ସେସନ୍ କୋର୍ଟରେ ଆରମ୍ଭ ହେଲା ଶୁଣାଣି । ତେବେ ଅଭିଯୁକ୍ତ ଗଣପତ ଏବଂ ତୁକାରାମକୁ ନିର୍ଦ୍ଦେଶରେ ଖଲାସ୍ କରିଥିଲେ ବିଚାରପତି । କୁହାଯାଇଥିଲା ମଥୁରାକୁ ସେକ୍ସ ଅଭ୍ୟାସ ରହିଛି । ଆଉ ଅଭିଯୁକ୍ତ ମଥୁରା ସହମତିରେ ସେକ୍ସ କରିଛନ୍ତି । ତେବେ ଏହି ରାୟ ପରେ ବମ୍ବେ ହାଇକୋର୍ଟରେ ହୋଇଥିଲା ଅପିଲ୍ । ଯାହା ପରେ ଉଭୟ ଅଭିଯୁକ୍ତଙ୍କୁ ୧ ବର୍ଷ ଏବଂ ୫ ବର୍ଷ ଦଣ୍ଡାଦେଶ ହୋଇଥିଲା ।

କିନ୍ତୁ ୧୯୭୯ରେ ସୁପ୍ରିମକୋର୍ଟ ହାଇକୋର୍ଟର ନିଷ୍ପତି ବଦଳାଇ ଅଭିଯୁକ୍ତଙ୍କୁ ଖଲାସ୍ କରିଥିଲେ । ସୁପ୍ରିମକୋର୍ଟ ଅନୁସାରେ ମଥୁରାକୁ ସେକ୍ସ ଅଭ୍ୟାସ ଥିଲା ଏବଂ ସେ ଦୁଷ୍କର୍ମ ସମୟରେ ବିରୋଧ କରିନଥିଲା ।

ତେବେ ଏହି ଜଜମେଂଟ୍ ପରେ ଦିଲ୍ଲୀ ୟୁନିଭରସିଟିର ଲ. ପ୍ରଫେସର୍ ଉପେନ୍ଦ୍ର ବକ୍ସି , ରଘୁନାଥ କେଲକର୍ ଏବଂ ଲୀତିକା ସରକାର ସୁପ୍ରିମକୋର୍ଟଙ୍କୁ ଖୋଲା ଚିଠି ଦେଇଥିଲେ । ଯେଉଁଥିରେ ଲେଖା ଯାଇଥିଲା ସରେଣ୍ଡର ଅର୍ଥ ସହମତି ନୁହେଁ । ପରିସ୍ଥିତିରେ ପଡି ମଥୁରା ବିରୋଧ କରିନଥାଇପାରେ । ଏହା ସହ ପୁରା ଦେଶର ମହିଳା ସଂଗଠନ ସୁପ୍ରିମକୋର୍ଟ ନିଷ୍ପତିକୁ ବିରୋଧ କରିଥିଲେ । ଏହା ପରେ ଆଇନରେ ହେଲା ପରିବର୍ତ୍ତନ ।

ପ୍ରଥମେ ଏପରି ମାମଲାରେ ପୀଡିତାକୁ ପ୍ରମାଣ କରିବାକୁ ପଡୁଥିଲା ଯେ ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ । କିନ୍ତୁ ମଥୁରା ମାମଲା ପରେ ଅଭିଯୁକ୍ତଙ୍କ ଉପରେ ପଡିଲା ଦାୟିତ୍ୱ । ଏବେ ସେମାନଙ୍କୁ ପ୍ରମାଣ କରିବାକୁ ପଡିବ କି ସେମାନେ ନିର୍ଦ୍ଦୋଶ ବୋଲି ।ଏହା ସହ ୧୯୮୩ରେ ଆଇପିସି ଧାରା ୩୭୬ରେ ଏ, ବି, ସି , ଡି ଧାରା ଯୋଡାଗଲା । ପୀଡିତାର ନାଁ ଜାହିର ନକରିବାର ଆଇନ୍ ତିଆରି ହେଲା । ଏହା ସହ ଟ୍ରାଏଲ୍ ସମୟରେ କ୍ୟାମେରା ଲାଗିବାର ପ୍ରାବଧାନ ହେଲା ।

ଭଂୱରୀ ଦେବୀ :
Bhanwari_Devi-୨୨ ସେପ୍ଟେମ୍ବର ୧୯୯୨ରେ ରାଜସ୍ଥାନର ଭଟେରୀ ଗାଁରେ ଏକ ଘଟଣା ଘଟିଥିଲା ଗାଁର ପାଂଚ ଜଣ ଗୁଜର ମିଶି ଏହାକୁ ଘଟାଇଥିଲେ । ଘଟଣାଟି ଥିଲା ଯେତେବେଳେ ଭଂୱରୀ ଦେବୀ ନିଜ ସ୍ୱାମୀଙ୍କ ସହ କ୍ଷେତରେ କାମ କରୁଥିଲେ ସେତେବେଳେ ୫ ଜଣ ଲୋକ ଆସି ତାଙ୍କ ସ୍ୱାମୀଙ୍କୁ ମାରିବାକୁ ଲାଗିଲେ । ଭଂୱରୀ ଦେବୀ ନିଜ ସ୍ୱାମୀଙ୍କୁ ବଂଚାଇବାକୁ ଚେଷ୍ଟା କରିବାବେଳେ ସେମାନେ ତାଙ୍କୁ ବଳାତ୍କାର କରିଥିଲେ । ଭଂୱରୀ ଦେବୀ ଜଣେ ଦଳିତ ସାମାଜିକ କର୍ମକର୍ତ୍ତା ଥିଲେ । ସେ ୯ ମାସର ଜଣେ ଗୁଜର ଝିଅର ବାଲ୍ୟ ବିବାହକୁ କରାଇଦେଇନଥିବାରୁ ପ୍ରତିଶୋଧ ପରାୟଣ ହୋଇ ସେମାନେ ଏପରି କରିଥିଲେ ।

ତେବେ ପୁଲିସ୍ ଏହି ମାମଲାକୁ ହାଲକା ଭାବରେ ନେବା ସହ ଛାନଭିନ୍ ମଧ୍ୟ ଠିକ୍ ଭାବରେ କରିନଥିଲା । ୧୯୯୫ରେ ହାଇକୋର୍ଟ ଜଜ୍ ଏହି ମାମଲାକୁ କେବଳ ଦୁର୍ବବ୍ୟହାର ମାମଲା କହି ଅଭିଯୁକ୍ତ ମାନଙ୍କୁ କେବଳ ୯ ମାସ ଲେଖାଏଁ ଜେଲ୍ ଦଣ୍ଡ ଦେଇଥିଲେ ।

ତେବେ ଭଂୱରୀ ଦେବୀ ଦୁଷ୍କର୍ମ ମାମଲା ପରେ ୧୯୯୭ରେ ବିଶାଖା ଗାଇଡଲାଇନ୍ସ ଆସିଲା । ୱର୍କପ୍ଲେସରେ ମହିଳା ମାନଙ୍କ ସହ ଦୁର୍ବ୍ୟବହାରକୁ ରୋକିବା ପାଇଁ କିଛି ନୂଆ ନିୟମ ପ୍ରଣୟନ ହେଲା ।ଏହି ନିୟମ ସମସ୍ତ ୱର୍କପ୍ଲେସରେ ଲାଗୁ ହୁଏ । ଡ୍ୟୁଟି ସମୟରେ ମହିଳା ମାନଙ୍କୁ ଅଶ୍ଳୀଳ ଇଙ୍ଗିତ, ଜବରଦସ୍ତ ବା ଅନୁରୋଧ କରି ଶାରୀରିକ ସଂପର୍କ ଏବଂ ମହିଳା କର୍ମର୍ଚାରୀ ମାନଙ୍କୁ ପର୍ଣ୍ଣ ସିନେମା ଦେଖାଇବା ଏହି ଗାଇଡଲାଇନରେ ଆସେ

ନିର୍ଭୟା ମାମଲା :

AkshayNirbhayaବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ । ଯାହା ଥରାଇ ଦେଇଥିଲା ଭାରତ ସମେତ ସାରା ବିଶ୍ୱକୁ । ଦୁଷ୍କର୍ମକାରୀଙ୍କ ପଶୁତ୍ୱର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଥିଲା ଏ ଘଟଣାରୁ । ଦୋଷୀଙ୍କୁ ଦଣ୍ଡାଦେଶ । ପୀଡିତାର ନ୍ୟାୟ ଜେଲ୍ ଦଣ୍ଡ ନୁହେଁ ଫାଶୀ ବୋଲି ସାରା ଜନତା କହୁଥିଲେ ।

ଆଜି ନିର୍ଭୟା ମାମଲାରେ ୪ଜଣ ଦୋଷୀ ମୁକେଶ, ବିନୟ ଶର୍ମା, ପବନ ଗୁପ୍ତା ଓ ଅକ୍ଷୟ ଠାକୁରଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ଏବଂ କହିଛନ୍ତି ‘ନିର୍ଭୟା ମାମଲାରେ ଦୋଷୀମାନେ କ୍ରୁର, ନୃଶଂସ ଓ ପଶୁତ୍ୱର କାର୍ଯ୍ୟ କରିଛନ୍ତି । ଏହା ମାନବିକତାର ଆତ୍ମାକୁ ଦୋହଲାଇ ଦେଇଛି । ସେମାନେ କେବେହେଲେ ଉଦାରତାର ଯୋଗ୍ୟ ନୁହଁନ୍ତି ’ ।

୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାର ରାୟରେ ଉଲ୍ଲେଖ କରିଛନ୍ତି , ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏକ ବିରଳରୁ ବିରଳତମ ଅପରାଧନ୍ୟାୟକୁ ପ୍ରତିଷ୍ଠା କରିବା ପାଇଁ ଆମେ ଏପରି ସର୍ବଧିକ ଦଣ୍ଡ ଶୁଣାଇବାକୁ ବାଧ୍ୟ ହୋଇଛୁ

ଏହି ମାମଲା ପରେ ୩ ଫେବ୍ରୁଆରୀ ୨୦୧୩ରେ କ୍ରିମିନାଲ୍ ଲ ଆମେଡମେଂଟ୍ ଅର୍ଡିନାନ୍ସ ଆସିଲା । ଯାହା ଅନୁସାରେ ଆଇପିସି ଧାରା ୧୮୧ ଏବଂ ୧୮୨ରେ ପରିବର୍ତ୍ତନ ହେଲା । ଏହା ଦ୍ୱାରା ଦୁଷ୍କର୍ମ ମାମଲାରେ ଜଡିତ ନିୟମ କଡା କଡି ହେଲା । ଏବଂ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡ ମିଳିପାରିବ ସେଥିପ୍ରତି ଧ୍ୟାନ ଦିଆଗଲା । ୨୨ ଡିସେମ୍ବର ୨୦୧୫ରେ ରାଜ୍ୟସଭାରେ ଜୁଭେଦନାଇଲ୍ ଜଷ୍ଟିସ୍ ବିଲ୍ ପାସ୍ ହେଲା । ଜଘନ୍ୟ ଅପରାଧରେ ଜଡିତ ଥିବା ୧୬ ବର୍ଷରୁ ଅଧିକ ବୟସ ପିଲାମାନଙ୍କ ଉପରେ କେସ୍ ହେବ । ଦୁଷ୍କର୍ମ , ଦୁଷ୍କର୍ମ କାରଣରୁ ମୃତ୍ୟୁ , ଗଣଦୁଷ୍କର୍ମ ଏବଂ ଏସିଡ୍ ଆଟାକ୍ ପରି ମାମଲା ଏହା ଅନ୍ତର୍ଭୁକ୍ତ ।