ଜଗତସିଂହପୁର : ହଁସୁଆ ନଦୀ ଉପରେ ଭିତିପ୍ରସ୍ତର ପରେ ବି ଆରମ୍ଭ ହୋଇନି ସେତୁ ନିର୍ମାଣ କାମ, ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ

21

କନକ ବ୍ୟୁରୋ : ଭିତିପ୍ରସ୍ତର ସରିଛି । କିନ୍ତୁ ୯ ବର୍ଷ ପରେ ବି ଆରମ୍ଭ ହୋଇପାରିଲାନି ସେତୁ ନିର୍ମାଣ କାମ । ଫଳରେ ବାଉଁଶPûରûରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି ଗ୍ରାମବାସୀ । ଜଗତସିଂହପୁର ଗୁଆଳିପୁର ପଞ୍ଚାୟତ ବରଡାଗେଞ୍ଜ ଗାଁ ନିକଟସ୍ଥ ହଁସୁଆ ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ୯ ବର୍ଷ ହେବ ଭିତିପ୍ରସ୍ତର ସରିଛି । କିନ୍ତୁ ଏଯାଏ କାମ ଆରମ୍ଭ ହୋଇପାରିନାହିଁ । ଫଳରେ ବିପଦପୂର୍ଣ୍ଣ ଭାବେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ବାଉଁଶଚାରା ଉପରେ ଯାତାୟାତ କରୁଛନ୍ତି । ବିଶେଷ କରି ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ବର୍ଷା ଦିନେ ହଂସୁଆ ନଦୀରେ ବନ୍ୟା ଆସିଲେ ଲୋକେ ୫ କିଲୋମିଟର ବୁଲି ରଘୁନାଥପୁର ବ୍ଲକକୁ ଯାଆନ୍ତି । ଗ୍ରାମବାସୀଙ୍କ ଅସୁବିଧାକୁ ଦେଖି ୨୦୦୯ ସେପ୍ଟେମ୍ବର ୨୪ ରେ ତତ୍କାଳୀନ ବିଧାୟକ ପ୍ରତାପ ଜେନା ଏଠାରେ ଏକ ଢଳେଇ ପୋଲ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ମଧ୍ୟରେ ୯ ବର୍ଷ ବିତିଯାଇଛି । କିନ୍ତୁ ଏଠାରେ ମଧ୍ୟ ପୋଲ ନିର୍ମାଣ ପାଇଁ ବାଲି ମୁଠାଏ ପଡିପାରି ନାହିଁ । ଏ ନେଇ ସରପଂଚଞ୍ଚ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଓ ଡ୍ରନେଜ ବିଭାଗର ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଖୁବ ଶିଘ୍ର ସେତୁ କାର୍ଯ୍ୟ ଆରମ୍ଭ କାରଯିବ ବୋଲି ଅଧିକାରୀ ମାନେ କହିଛନ୍ତି । ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ସେୁତୁ ନିର୍ମାଣ କରିବାକୁ ଦାବି ଦେଉଛି ।