ଜେଲଗଲେ ରାଜଧାନୀ ରାଜରାସ୍ତାରେ ହଙ୍ଗାମା କରିଥିବା ବିଦେଶିନୀ : ହାଇପ୍ରୋଫାଇଲ ସେକ୍ସ ରାକେଟ ନେଇ ପୋଲିସକୁ ମିଳିଲା ସୂଚନା

32

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଅଧରାତିରେ ହଙ୍ଗାମା କରିଥିବା ବିଦେଶିନୀଙ୍କୁ ଜେଲ ହାଜତକୁ ପଠାଇ ଦେଇଛି ପୋଲିସ୍ । ତାଙ୍କ ବିରୋଧରେ ଠକେଇ, ପୋଲିସକୁ ଗାଳିଗୁଲଜ କରିବା, ଖରାପ ବ୍ୟବହାର ଦେଖାଇବା ଓ ମାଡ ମାରିବା ସହ ଜାଲ କାଗଜପତ୍ର ଦେଖାଇବା ଆଦି ଦଫା ଲଗାଯାଇଛି । ସେପଟେ ଯୁବତୀ ଜଣକ ୫ଦିନ ତଳେ ଭୁବନେଶ୍ୱର ଆସିଥିବା ତାଙ୍କ ଫ୍ଲାଇଟ୍ ଟିକେଟରୁ ଜଣାପଡିଛି । ଏହାକୁ ଜବତ କରି ଅଧିକ ଛାନଭିନ୍ ଚଳାଇଛି କମିଶନରେଟ ପୋଲିସ ।

ସେପଟେ ଏକ ସନ୍ଦେହଜନକ ଘର ଠାବ ହେବା ସହ ସେଠାରୁ ଜଣେ ଦଲାଲକୁ ଉଠାଇ ନେଇ ପଚରାଉଚରା କରୁଥିବା ପୋଲିସ୍ ସୂତ୍ରରୁ ଖବର ମିଳିଛି । ଏକ ହାଇପ୍ରୋଫାଇଲ ସେକ୍ସ ରାକେଟରେ ବିଦେଶିନୀ ଜଣକ ସଂପୃକ୍ତ ଥିବା ପୋଲିସକୁ ପ୍ରାଥମିକ ସୂଚନା ମିଳିଛି । ଗତକାଲି କ୍ୟାପିଟାଲ ହସ୍ପିଟାଲ ନିକଟରୁ ମାତାଲ ଅବସ୍ଥାରେ ରାସ୍ତାରେ ପଡିରହିଥିବା ଏହି ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ୍ । ତେବେ ଥାନାକୁ ନେବାପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପୋଲିସକୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ ଏହି ବିଦେଶିନୀ ଜଣକ ।