ରାଜସ୍ଥାନରେ ଏହି ଜାତିର ଲୋକେ ପାଳନ୍ତିନି ରାକ୍ଷୀ ପୂର୍ଣ୍ଣିମା, ୭ ହଜାର ବର୍ଷ ପୂର୍ବେ ଏହି ଦିନଟି ଆଣିଦେଇଥିଲା ତାଙ୍କ ଜୀବନରେ ଅନ୍ଧାର

63

ସାରା ଭାରତ ରାକ୍ଷୀ ପୂର୍ଣ୍ଣିମାକୁ ଖୁବ୍ ଧୁମ୍ ଧାମରେ ପାଳନ କରେ । ଭଉଣୀମାନେ ନିଜ ଭାଇର ହାତରେ ରାଖୀ ବାନ୍ଧିଥିବା ବେଳେ ଭଉଣୀର ସୁରକ୍ଷା କରିବ ବୋଲି ବଚନ ଦେଇଥାଏ ଭାଇ । ତେବେ ଭାରତରେ ଥିବା ରାଜସ୍ଥାନର ଏକ ଅଞ୍ଚଳରେ ପ୍ରାୟ ୭୦୦ବର୍ଷ ହେଲାଣି ଲୋକମାନେ ଏହି ଦିନକଟିକୁ ପାଳନ କରିନାହାନ୍ତି ।

ପାଲିବାଲ ବ୍ରାହ୍ମଣମାନେ ଏହି ଦିନଟିକୁ ଦୁଃଖର ଦିନ ଭାବେ ଦେଖନ୍ତି । ବଳିଦାନ ଦିବସ ଭାବେ ପାଳନ କରିଥାନ୍ତି । ୭୦୦ବର୍ଷ ତଳେ ଶ୍ରାବଣର ଏହି ପୂର୍ଣ୍ଣିମାରେ ଜଣେ ମୋଗଲ ଶାସକ ପାଲିବାଲ ସମାଜରେ ରହୁଥିବା ହଜାର ହଜାର ଲୋକଙ୍କର ହତ୍ୟା କରିଥିଲେ । ସାରା ଦେଶରେ ରହୁଥିବା ପାଲିବାଲ ବ୍ରାହ୍ମଣ ଏହି ଦିନଟିକୁ ସେଥିପାଇଁ ପାଳନ କରନ୍ତି ନାହିଁ । ଦେଶର ଯେଉଁ କୋଣରେ ରହିଲେ ମଧ୍ୟ ସେମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ନାହିଁ । ଏହି ଦିନ ସେମାନେ ନିଜ ପୂର୍ବଜଙ୍କୁ ମନେ ପକାଇବା ସହ ସେମାନଙ୍କର ପୂଜା କରିଥାନ୍ତି ।