କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ସହାୟତା ପାଇଁ ବଢୁଛି ଲମ୍ବାହାତ : ଜାଣନ୍ତୁ କିଏ କେତେ ଟଙ୍କାର କରିଛନ୍ତି ସାହଯ୍ୟ

35

କନକ ବ୍ୟୁରୋ : କେରଳରେ ହୋଇଥିବା ପ୍ରୟଳଙ୍କାରୀ ବନ୍ୟାରେ ନାହିଁ ନଥିବା ହଇରାଣର ସମୁଖୀନ ହେଉଛନ୍ତି । ବିଭିନ୍ନ ରାଜ୍ୟ ସହ କେନ୍ଦ୍ର ସରାକାର ସମସ୍ତ ପ୍ରକାର ସହାୟତ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ କେରଳରେ ପାଖାପାଖି ୪୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ୧୦ଲକ୍ଷ ଲୋକ ନିଜର ବାସଗୃହ ହରାଇଛନ୍ତି । ଏପରି ସମୟରେ ଅନେକ ରାଜ୍ୟ ଓ ବିଭିନ୍ନ ପ୍ରକାର ଅନୁଷ୍ଠାନ କେରଳକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ନିକଟରେ ରିଲାଏନ୍ସ କମ୍ପାନୀ ପକ୍ଷରୁ ସହାୟତ ଯୋଗାଇ ଦିଆଯାଇଥିଲା । କେବଳ ରିଲାଏନ୍ସ ନୁହେଁ ଆପଲ୍ କମ୍ପାନୀ ମଧ୍ୟ କେରଳକୁ ସହାୟତ ଦେବ ବୋଲି ନିକଟରେ ଘୋଷଣା କରିଥିଲା ।

 

ତେବେ ବର୍ତ୍ତମାନ ସମୟରେ ଇଣ୍ଡିଆ ଟୁଡେ ସଂସ୍ଥା ପକ୍ଷରୁ ସହାୟତ ମଧ୍ୟ ଘୋଷଣା କରିଛି । କେରଳରେ ଥିବା ରାଜ୍ୟ ରାଜକୋଷକୁ ସେ ୧୦ଲକ୍ଷ ଟଙ୍କା ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ବରଂ ଦେଶରେ ରହୁଥିବା ସମସ୍ତ ସାଧାରଣ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଇଛି ଯେ, କେରଳର ଏପରି ସମୟରେ ସମସ୍ତେ ସହାୟତା ଯୋଗାଇ ଦିଅନ୍ତୁ । ତେବେ କେରଳ ବନ୍ୟାକୁ ନେଇ ମଧ୍ୟ ଅନେକ ବିବାଦ ଦେଖାଯାଇଛି । ଯେପରି କି ୟୁଏଇ ସରକାରଙ୍କ ପକ୍ଷରୁ କେତେ ପରିମାଣରେ ସାହାଯ୍ୟ କରାଯିବ ତାହା ଘୋଷମା ହୋଇ ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ୭୦୦କୋଟି ଟଙ୍କା ୟୁଏଇ ସରକାର ଦେବେ ବୋଲି ଘୋଷଣା କରିବା ସହ ନିଜ ଫେସବୁକ ଓ ଟୁଇଟର ଏକାଉଣ୍ଟରେ ସେୟାର ମଧ୍ୟ କରିଥିଲେ ।

 

ତେବେ ଅନେକ ସଂସ୍ଥା ପକ୍ଷରୁ କେରଳକୁ ସହାୟତା ଯୋଗାଇ ଦିଆଯାଉଛି । ମାଛ ବିକାଳି ଝିଅଠାରୁ ଆରମ୍ଭ କରି ସାଇକେଲ ପାଇଁ ରଖିଥିବା ଅର୍ଥକୁ ମଧ୍ୟ କେହି କେରଳକୁ ଦାନ ଦେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । କେବଳ ଏତିକି ନୁହେଁ ଓଡିଶା ସମେତ, ପଜାଂବ, ହରିୟାନା, ତାମିଲନାଡୁ, ଛତିଶଗଡ, ଝାଡଖଣ୍ଡ, ବିହାର, ଆନ୍ଧ୍ର-ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ଅନେକ ରାଜ୍ୟ ସହାୟତ ଯୋଗାଇ ଦେବା ସହ ମାଳଦ୍ୱୀପ, ଶ୍ରୀଲଙ୍କା, ୟୁଏଇ ଭଳି ଦେଶ ମଧ୍ୟ ସହାୟତା ପାଇଁ ଆଗକୁ ଆସିଥିବା ସୂଚନା ମିଳିଛି । କେନ୍ଦ୍ର ସରାକର ୬୦୦କୋଟି ଟଙ୍କାର ସହାୟତା ଦେବା ସହ ଆହୁରି ସହାୟତ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।