ଆଳୁ, ପିଆଜ ଓ ଡାଲିର ଦରରେ ସ୍ଥିରତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ! ୫୦ କୋଟି ଟଙ୍କା ଦାବି କଲେ ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

53

କନକ ବ୍ୟୁରୋ: ରାଜ୍ୟରେ ଆଳୁ, ପିଆଜ ଓ ଡାଲିର ଦରରେ ସ୍ଥିରତା ଆଣିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ପ୍ରତିଶ୍ରୁତି ମୁତାବକ ୫୦ କୋଟି ଟଙ୍କା ଦିଅନ୍ତୁ । ଏପରି ଦାବି କରି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।

ରାଜ୍ୟ ସରକାର ୨୦୧୫ ମସିହାରୁ ଏଥିପାଇଁ ବଜେଟରେ ୫୦କୋଟି ଟଙ୍କା ରଖିଛନ୍ତି ଓ ତାହା ଯୋଗାଣ ନିଗମ କର୍ପସ ପାଣ୍ଠି ରୂପେ ଗଚ୍ଛିତ ରହିଛି । ମାତ୍ର ଗତ ଦୁଇ ବର୍ଷରେ କେନ୍ଦ୍ର ସରକାରଙ୍କୁ ୬ଥର ପତ୍ର ଲେଖା ଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର କୌଣସି ଅର୍ଥ ଦେଇନାହାନ୍ତି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି ।