ଲଗାଣ ବର୍ଷା ଯୋଗୁଁ ରାଉରକେଲା ବ୍ରାହ୍ମଣୀ ଓ କୋଏଲ୍ ନଦୀର ଜଳସ୍ତର ବୃଦ୍ଧି !

26

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ରାଉରକେଲା ବ୍ରାହ୍ମଣୀ ଓ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବନ୍ୟା ପାଣି ପଶିଯିବା ଫଳରେ ନଦୀ ଉପକୂଳରେ ଥିବା ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ପାନପୋଷଠାରେ ବିପଦ ସଂକେତ ୧୭୮.୪୨ ମିଟର ଥିବା ବେଳେ ଜଳସ୍ତର ୧୭୭.୭୧ ମିଟରରେ ପହଚିଂଛି । ବ୍ରାହ୍ମଣୀ କୂଳରେ ଥିବା ପାନପୋଷ ଅଂଚଳର ବାଲିଘାଟ, ପର୍ପଲ ବସ୍ତି, ଦାଣ୍ଡିଆ ପାଲ୍ଲୀ ବାସିନ୍ଦା ବିଭିନ୍ନ ଅସୁବିଧା ଭୋଗୁଛନ୍ତି । ମନ୍ଦୀରା ଡ୍ୟାମର ସମସ୍ତ ୧୧ଟି ଯାଗ ଗେଟ ଖୋଲାଯିବା ଫଳରେ ଏଭଳି ସ୍ଥିିତି ଉପୁଜିଛି । ପାଣି ଘେରରେ ଥିବା ଲୋକମାନେ ବିଭିନ୍ନ ସ୍କୁଲରେ ଆଶ୍ରୟ ନେଇଛନ୍ତି । ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି ।