‘ତିତଲି’କୁ ନେଇ ସମୀକ୍ଷା ବୈଠକ । ଏସଆରସିଙ୍କ ସୂଚନା ଗଂଜାମ,ଗଜପତି ଓ ରାୟଗଡାରେ ସ୍ୱାଭାବିକ ହେଉଛି ସ୍ଥିତି । ଆଜି ସଂଧ୍ୟାଠୁ ବନ୍ଦ ରହିବ ରିଲିଫ କ୍ୟାମ୍ପ

32

କନକ ବ୍ୟୁରୋ: ସଚିବାଳୟରେ ତିତଲି ସମୀକ୍ଷା ବୈଠକ । ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା ବୈଠକ ବସିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଏସଆରସି, ଗୃହ ସଚିବ, ହୋମଗାର୍ଡ ଡିଜି, ଯୋଗାଣ ସଚିବ, ଜଳ ସଂପଦ ସଚିବ ବୈଠକରେ ଉପସ୍ଥିତ ଅଛନ୍ତି । ଭିଡିଓ କନଫରେନ୍ସି ମାଧ୍ୟମରେ ଗଂଜାମ,ଗଜପତି ଓ ରାୟଗଡା ଜିଲ୍ଳାପାଳଙ୍କ ସହ ଆଲୋଚନା ଚାଲିଛି ।

SRC

ସେହିପରି ଗଂଜାମ, ଗଜପତି, ରାୟଗଡାରେ ବନ୍ୟା ସ୍ଥିତି ସ୍ୱାଭାବିକ ହୋଇଥିବା କହିଛନ୍ତି ଏସଆରସି । ଗଜପତି ଜିଲ୍ଲାରେ ବେଶି କ୍ଷତି ହୋଇଛି । ଆସ୍କା, ପୁରୁଷୋତମପୁରରେ ସ୍ଥିତିରେ ସୁଧାର ଆସିଛି । ଆଜି ସଂନ୍ଧ୍ୟା ସୁଦ୍ଧା ସବୁ ରିଲିଫ କ୍ୟାମ୍ପ ବନ୍ଦ ରହିବ ବୋଲି ବିଷ୍ଣୁପଦ ସେଠୀ କହିଛନ୍ତି । ବୟସ୍କଙ୍କୁ ଦୈନିକ ୬୦ ଟଙ୍କା ଓ ପିଲାଙ୍କୁ ୪୫ ଟଙ୍କା ଦିଆଯିବ । ଆକାଉଂଟକୁ ଟଙ୍କା ପଠାଯିବ । କପା, କାନ୍ଦୁଲ ଓ ଧାନ ଚାଷ ବିଶେଷ ନଷ୍ଟ ହୋଇଛି । କ୍ଷୟକ୍ଷତି ପରେ ସହାୟତା ରାଶି ଦିଆଯିବ ବୋଲି ଏସଆରସି କହିଛନ୍ତି ।