ଜୁଲାଇ ପହିଲାରେ ଲାଗୁ ହେବ ଜିଏସଟି ! ବଢ଼ିବ ଫ୍ଲାଟ ମୂଲ୍ୟ

37

ଦେଶରେ ଜୁଲାଇ ପହିଲାରେ ଲାଗୁ ହେବ ଜିଏସଟି । ଆଉ ଜିଏସଟି ଲାଗୁ ହେଲେ ଶେଷ ହେବାକୁ ଥିବା ଫ୍ଲାଟଗୁଡିକର ମୂଲ୍ୟ ବଢ଼ିପାରେ । ଜିଏସଟି ଲାଗୁ ହେବା ପୂର୍ବରୁ ଗ୍ରାହକମାନଙ୍କୁ ଏବେ ଫ୍ଲାଟ ଗୁଡିକ ପାଇଁ ୪ .୫ ପ୍ରତିଶତ ସର୍ଭିସ ଟ୍ୟାକ୍ସ ଦେଉଛନ୍ତି । କିନ୍ତୁ ଜିଏସଟି ଲାଗୁ ହେବା ପରେ ଏହି ଟ୍ୟାକ୍ସ ୧୨ ପ୍ରତିଶତ ହୋଇଯିବ । ଅର୍ଥାତ ଗ୍ରାହକଙ୍କୁ ୭.୫ ପ୍ରତିଶତ ଅଧିକ ଟ୍ୟାକ୍ସ ଦେବାକୁ ହେବ ।

ସେହିଭଳି ଜୁଲାଇ ୧ ପରେ ପାଖାପଖି ନିର୍ମାଣ ଶେଷ ହୋଇଥିବା ଫ୍ଲାଟ କିଣିଲେ ବି ୧୨ ପ୍ରତିଶତ ହାରରେ ଟ୍ୟାକ୍ସ ଦେବାକୁ ପଡିବ । ଏ ନେଇ ଅନେକ ବିଲଡର ଗ୍ରାହକଙ୍କୁ ଲିଖିତ ଆକାରରେ ଜଣାଦେଇଛନ୍ତି । ଏଥିରେ ଅଧିକ ଟ୍ୟାକ୍ସ ଦେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯଦି ଜଣେ ଗ୍ରାହକ କୋଟିଏ ଟଙ୍କାରେ ଫ୍ଲାଟ କିଣିଛନ୍ତି ଓ ୨୦ ଲକ୍ଷ ଟଙ୍କା ଦେଇଛନ୍ତି , ତାହା ହେେଲେ ସେହି ୨୦ ଲକ୍ଷ ପାଇଁ ୪.୫ ପ୍ରତିଶତ ସର୍ଭିସ ଟ୍ୟାକ୍ସ ଦେବେ । ଆଉ ବାକି ୮୦ ଲକ୍ଷ ଟଙ୍କା ପାଇଁ ୧୨ ପ୍ରତିଶତ ଜିଏସଟି ଦେବାକୁ ପଡିବ ।