କେନ୍ଦ୍ରାପଡା : ଗହୀରମଥା ନିଷିଦ୍ଧାଂଚଳରେ ବେଆଇନ ମାଛ ଧରିବା ପଡିଲା ମହଙ୍ଗା,୧୪୦ ମତ୍ସ୍ୟଜୀବୀ ଗିରଫ

67

କନକ ବ୍ୟୁରୋ : ଗହୀରମଥା ନିଷିଦ୍ଧାଂଚଳରେ ବେଆଇନ ଭାବେ ମାଛ ମାରିବା ପଡିଲା ମହଙ୍ଗା । ୧୪୦ ମତ୍ସ୍ୟଜୀବୀଙ୍କୁ ଗିରଫ କଲା କୋଷ୍ଟଗାର୍ଡ ।  ମତ୍ସ୍ୟଜୀବୀଙ୍କୁ  ଗିରଫ କରିବା ସହ ୧୪ଟି ଟ୍ରଲରକୁ ଜବତ କରିଛି କୋଷ୍ଟଗାର୍ଡ । ଟ୍ରଲରଗୁଡିକରୁ ମାଛ, ଫିସ ଫାଇଣ୍ଡର ମେସିନ,ଜାଲ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ସାତଭାୟା ନିକଟରେ ଏମାନେ ବେଆଇନ ଭାବେ ମାଛମାରୁଥଲେ । ପରେ ଜବତ ଟ୍ରଲର ଓ ଗିରଫ ମତ୍ସ୍ୟଜୀବୀଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯଯାଇଛି ।

ଦେଖନ୍ତୁ ଏହି ଭିଡିଓ :