ଝାରଖଣ୍ଡର ପ୍ରଥମ ଆଦର୍ଶ ନିଶାମୁକ୍ତ ଗାଁ : ମିଳିମିଶି ବିକାଶର ଗାଥା ଲେଖିଲେ ଗ୍ରାମବାସୀ

48

ଆରା-କେରମ ଗାଁ ଝାରଖଣ୍ଡ ରାଜ୍ୟର ପ୍ରଥମ ଏମିତି ଗାଁ ଯାହା ସମ୍ପୁର୍ଣ୍ଣ ଭାବେ ନିଶାମୁକ୍ତ ଗାଁ । ଗାଁକୁ ଆଦର୍ଶ ବନାଇବା ପାଇଁ ଓ ନିଶାମୁକ୍ତ କରିବା ପାଇଁ ସରକାରଙ୍କ କୈାଣସି ଅଧିକାରୀ ନୁହେଁ ବରଂ ଗାଁର ଲୋକମାନେ ମିଳିମିଶି ବିକାଶର ଗାଥା ଲେଖିଛନ୍ତି । ଏହି ଗାଁକୁ ଦେଖି ମୁଖ୍ୟମନ୍ତ୍ରୀ କହିଲେ କି, ରାଜ୍ୟରେ ୧୦୦୦ ଗାଁ ଏହି ଗାଁ ଭଳି ହେବ ।

ଗାଁରେ ପ୍ରବେଶ କଲେ ଗାଁର ଗଳି ସ୍ୱଚ୍ଛ ଦେଖାଯିବ, କେତେକ ଘରର କାନ୍ଥ ରଙ୍ଗ-ବିରଙ୍ଗ ଦେଖାଯିବ । କିଛି କିଛି ଦୂରତା ମଧ୍ୟରେ ବାଉଁଶରେ ତିଆରି ଦେଶୀ ଉପାୟର କୁଡାଦାନ ରହିଛି, ଯେଉଁଥିରେ ପ୍ରତ୍ୟେକ ଅଳିଆ ପକାଇପାରିବେ । ଘର କାନ୍ଥ ମାନଙ୍କରେ ନିଶାମୁକ୍ତ ଓ ପ୍ରେରଣା ଦାୟକ କଥା ଲେଖା ହୋଇଛି । ଗୋଟିଏ ସ୍ଥାନରେ ଅନେକ ସାରା ବୋର୍ଡ ଲାଗିଛି, ଯେଉଁଥିରେ ନବ ଜାଗୃତି ସମିତି ଆରା, କେରମ ଗାଁର ଲୋକେ ନିଜ ପାଇଁ କିଛି ନିୟମ ତିଆରି କରିଛନ୍ତି । ସେଥିରେ ଲେଖା ଅଛି ଶ୍ରମଦାନ, ନିଶାମୁକ୍ତ, ଖୋଲାରେ ଶୈାଚମୁକ୍ତ ଇତ୍ୟାଦି । ଗାଁରେ ପ୍ରତ୍ୟେକ ଏହି ନିୟମ ଗୁଡିକର ପାଳନ କରନ୍ତି । ନିଶାମୁକ୍ତ ହେବାରୁ ଗାଁକୁ ଏକ ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଯାଇଛି ।

ରାଂଚି ଜିଲ୍ଲା ମୁଖ୍ୟାଳୟରୁ ପାଖାପାଖି ୨୭ କିମି ଦୂର ଓରମାଂଝି ବ୍ଳକର ଟୁଣ୍ଡାହୁଲି ପଂଚାୟତର ଦୁଇଟି ଗାଁ ଆରା ଓ କେରମରେ ୧୧୦ଟି ଘର ଅଛି, ଯେଉଁଥିରେ ପାଖାପାଖି ୮୦୦ ଲୋକ ରହନ୍ତି । ଗାଁର ସୀମା ଦେବୀ (୨୩ ବର୍ଷ)ଙ୍କ କହିବାନୁସାରେ, ଏକ ବର୍ଷ ପୂର୍ବରୁ ତାଙ୍କ ଗାଁରେ ଲୋକଙ୍କ ଦିନ ମଦରୁ ଆରମ୍ଭ ହେଉଥିଲା । ସେମାନେ ସବୁ ଟଙ୍କା ନିଶାରେ ଖର୍ଚ୍ଚ କରି ଦେଉଥିଲେ । ନିଶା କରିବା ବନ୍ଦ କରିବା ପାଇଁ ଗାଁର କିଛି ବିଜ୍ଞ ବ୍ୟକ୍ତି ବୈଠକ କଲେ ଓ ନିଶାମୁକ୍ତ କରିପାରିଲେ । ନଭେମ୍ବର ୨୦୧୭ରେ ମୁଖ୍ୟମନ୍ତ୍ରୀ ବି ଏହି ଗାଁର ଭ୍ରମଣ କରିସାରିଛନ୍ତି । ଆରା-କେରମ ଗାଁ ଝାରଖଣ୍ଡରେ ଆଦର୍ଶ ଗ୍ରାମ ଭାବେ ନିଜର ପରିଚୟ ତିଆରି କରିଛି ।