ମହାପ୍ରଭୁ ଜଗନ୍ନାଥଙ୍କ ପୁରୁଣା ରଥ କାଠରେ ରହିଥାଏ ଅଦ୍ଭୁତ ଚମତ୍କାର ! ଜାଣନ୍ତୁ ରଥଯାତ୍ରା ସରିଲା ପରେ କଣ ହୋଇଥାଏ ଶ୍ରୀଜିଉଙ୍କ ରଥ

184

ଆଉ ମାତ୍ର ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଶ୍ରୀବିଗ୍ରହଙ୍କ ଏହି ପ୍ରସିଦ୍ଧ ରଥଯାତ୍ରା ପର୍ବଟି ସଂପୂର୍ଣ୍ଣ ରୀତି ନୀତିରେ ଅନୁଷ୍ଠିତ ହୋଇଥାଏ । ଆଉ ଏହି ପର୍ବରେ ସାମିଲ ହେବାକୁ ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଛୁଟି ଆସନ୍ତି ପୁରୀ ଧାମକୁ ଏବଂ ଏହି ଯାତ୍ରାରେ ଭାଗନେଇ ସୌଭାଗ୍ୟ ଅର୍ଜନ କରିଥାନ୍ତି।

ତେବେ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ଯେଉଁ ରଥ ବ୍ୟବହାର କରାଯାଇଥାଏ ତାର କାଠରେ ପ୍ରସ୍ତୁତ କରାଯାଇଥାଏ ଆଉ ଏହାର ମୁଖ୍ୟ ବିଶେଷତ୍ୱ ହେଲା କି, ଏଥିପାଇଁ କୌଣସି ପ୍ରକାରର କଂଟା ବ୍ୟବହାର କରାଯାଇନଥାଏ । ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ରଥଯାତ୍ରା ପାଇଁ ପ୍ରତ୍ୟେକ ବର୍ଷ ନୂଆ ରଥ ନିର୍ମାଣ କରାଯାଇଥାଏ ଏବଂ ଏହି ରଥଯାତ୍ରାକୁ ପୀଢି ପୀଢି ଧରି ପାଳନ କରାଯାଉଥିବା ପରମ୍ପରା ଭାବରେ ବିଶ୍ୱାସ କରାଯାଇଥାଏ । ଏହି ରଥଗୁଡିକର ନିର୍ମାଣ ଅକ୍ଷୟ ତୃତୀୟାରୁ ବନଜାଗ ମହୋତ୍ସବ ରୂପରେ ଆରମ୍ଭ କରାଯାଇଥାଏ । ଏହି ରଥଗୁଡିକର ନିର୍ମାଣ ପାଇଁ କାଠଗୁଡିକର ଚୟନ କରିବାର କାମ ମଧ୍ୟ ଅକ୍ଷୟ ତୃତୀୟା ପୂର୍ବରୁ ପଡୁଥିବା ବସନ୍ତ ପଂଚମୀରୁ ଆରମ୍ଭ ହୋଇଯାଇଥାଏ ।

ଏସବୁ ଭିତରେ କେବେ ଆପଣ ଚିନ୍ତା କରିଛନ୍ତି କି ପ୍ରତିବର୍ଷ ନୂଆ ରଥର ନିର୍ମାଣ ହେବା ଦ୍ୱାରା ସେହି ପୁରୁଣା ରଥଗୁଡିକୁ କଣ କରାଯାଇଥାଏ । ଶୁଣିବାକୁ ମିଳିଛି କି, ରଥ ଯାତ୍ରା ଶେଷ ହେବା ପରେ ପୁରୀ ଏବଂ ଆଖପାଖ ଅଂଚଳ ତଥା ବିଭିନ୍ନ ସହରରୁ ଆସିଥିବା ଶ୍ରଦ୍ଧାଳୁମାନେ ଏହି ପୁରୁଣା ରଥଗୁଡିକର ଗୋଟିଏ ଗୋଟିଏ କାଠ ଅତ୍ୟନ୍ତ ଶ୍ରଦ୍ଧାପୂର୍ବକ କିଣିନେଇଥାନ୍ତି । ସେମାନେ ଏହି କାଠର ବ୍ୟବହାର ଘର ଝରକା, କବାଟ ଆଦିରେ ପ୍ରୟୋଗ କରିଥାନ୍ତି ।

ବିଶ୍ୱାସ ରହିଛି କି, କାଠଗୁଡିକୁ ଏଭଳି ଭାବରେ ବ୍ୟବହାର କରିବା ଦ୍ୱାରା ଘରର ପ୍ରତିଟି ସମସ୍ୟାର ନିବାରଣ ହୋଇଥାଏ । ଏଥିସହିତ ନକରାତ୍ମକ ପ୍ରଭାବରୁ ମଧ୍ୟ ଘରକୁ ସୁରକ୍ଷା କରିଥାଏ। ତେବେ ଏହି କାଠଗୁଡିକୁ ନିଲାମୀ ଦ୍ୱାରା କିଣା ଯାଇଥାଏ ଏବଂ ବହୁ ମୂଲ୍ୟ ଦାମରେ ଏହି କାଠଗୁଡିକୁ ମହାପ୍ରଭୁଙ୍କ ଭକ୍ତମାନେ କିଣିନେଇଥାନ୍ତି । ଲୋକେ ଶ୍ରୀଜିଉଙ୍କ ଏହି ରଥକାଠକୁ ଅତ୍ୟନ୍ତ ଭକ୍ତିର ସହ ଘରେ ରଖି ପୂର୍ଜାର୍ଚ୍ଚନା ମଧ୍ୟ କରିଥାନ୍ତି ।