ପଂଚାୟତ ପାଇଁ ପ୍ରଥମ ଦିନରେ ଦାଖଲ ହେଲା ୬ହଜାର ୩୮୫ ପ୍ରାର୍ଥୀପତ୍ର : ଗଂଜାମରେ ସର୍ବାଧିକ,ଝାରସୁଗୁଡା ସର୍ବନିମ୍ନ

36

କନକ ବ୍ୟୁରୋ : ନୋମିନେସନର ପ୍ରଥମ ଦିନରେ ବୁଧବାର ଦିନ ୬ ହଜାର ୩୮୫ ଟି ପ୍ରାର୍ଥିପତ୍ର ଦାଖଲ ହୋଇଛି । ଜିଲ୍ଲା ପରିଷଦ ପାଇଁ ମୋଟ୍ ୩୮ ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସରପଂଚ ପଦ ପାଇଁ ପ୍ରଥମ ଦିନରେ ଆଶାୟୀଙ୍କ ସଂଖ୍ୟା ରହିଛି ହଜାରେ ୭୧ ।

ସେହିପରି ସମିତି ସଭ୍ୟ ପାଇଁ ୫୪୩ ଏବଂ ୱାର୍ଡମେମ୍ବର ପାଇଁ ୪ ହଜାର ୭୩୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୩୧ ଜଣ ଏବଂ ଝାରସୁଗୁଡାରୁ ସର୍ବନିମ୍ନ ୭ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।