ଅନୁଗୁଳ: ଜିନ୍ଦଲ ଷ୍ଟିଲ ପାୱାର ପ୍ଲାଂଟ୍ ପରିସରରେ ଭୟାବହ ଅଗ୍ନିକାଣ୍ଡ

33

କନକ ବ୍ୟୁରୋ: ଅନୁଗୁଳର ଜିନ୍ଦଲ ଷ୍ଟିଲ ପାୱାର ପ୍ଲାଂଟ୍ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ସକାଳ ୧୦ଟାରେ ବିଦ୍ୟୁତ ସରବରାହରେ ତ୍ରୁଟି ଯୋଗୁଁ କୁଲିଙ୍ଗ ଟାୱାରରେ ନିଆଁ ଲାଗି ଯାଇଥିଲା । ତେବେ ନିଆଁ ଲାଗିବା ସମୟରେ ସେଠାରେ କେହି କାମ କରୁନଥିବା ଜଣାପଡିଛି । କୁଲିଙ୍ଗ ଟାୱାରର ସମସ୍ତ ଫୋମ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ବିଶେଷ କ୍ଷତି ଘଟିନାହିଁ । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛି ।