ଜାଳିଦେଲେ ଧାନ ଫସଲ: ପାଚିଲା ଧାନ କିଆରୀରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ,ଜଳିଗଲା ଏକର ଏକର ଜମିର ଫସଲ

ନିଆଁକୁ ଆୟତ କଲା ଗୋପ ଅଗ୍ନିଶମ ବାହିନୀ

88

କନକ ବ୍ୟୁରୋ: ପାଚିଲା ଧାନ ଜମିରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ । ଜଳିଗଲା ଏକର ଏକର ଜମିର ଧାନ ଫସଲ । ଧାନ ପୁରା ପୋଡି ପାଉଁଶ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଳା ଗୋପ ବ୍ଲକ ଅନ୍ତର୍ଗତ ବିରିତୁଙ୍ଗ ପଂଚାୟତର ନାହିଟି ଗାଁରେ । ଗାଁର ୩ଜଣ ଚାଷୀଙ୍କ ପାଚିଲା ଧାନ କିଆରିରେ କେହି ଦୁବୃର୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ କେହି ନିଆଁ ଲଗାଇଦେଇଥିଲେ । ଖବର ପାଇଁ ଗୋପ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲା । ଧାନ ବିଲକୁ ଦେଖି ମୁଣ୍ଡରେ କୋହ ସମ୍ଭାଳି ପାରିନାହାଁନ୍ତି ଚାଷୀ । କହିଛନ୍ତି ରାତି ପାହିଲେ କଟା ହୋଇଥାନ୍ତା ଧାନ । ହେଲେ କେହି ଦୁବୃର୍ତ୍ତ ଅମଳ ଆଗରୁ ବର୍ଷକର ଖାଦ୍ୟକୁ ଉଜାଡି ଦେଇଛି । ଏନେଇ ଗୋପ ଥାନାରେ ଅଭିଯୋଗ କରିଛନ୍ତି ଚାଷୀ ପବିତ୍ର ପ୍ରଧାନ, ଧୃବଚରଣ ପ୍ରଧାନ ଓ ବିଦ୍ୟାଭୂଷଣ ପ୍ରଧାନ । ତେବେ କିଏ ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନାହିଁ ।