ବାଲେଶ୍ୱର ଜିଲ୍ଲା ରସୁଣା ଗାଁରେ ଭୟାବହ ଅଗ୍ନିକାଣ୍ଡ : ୭ ଗୋରୁ ଜୀବନ୍ତ ଦଗ୍ଧ , ପୋଡି ପାଉଁଶ ୨୦ ବଖରା ଘର

26

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବରଦା ପଂଚାୟତର ରସୁଣା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୭ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଡା ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ତେଣୁ ଅଗ୍ନିକାଣ୍ଡରୁ ଅନ୍ୟ ଘର ଗୁଡିକ ବର୍ତ୍ତିଯାଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ନଷ୍ଟ ହୋଇଥିବା ବେଳେ ସର୍ବସ୍ୱ ହରାଇଛନ୍ତି ୭ଟି ପରିବାର । ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ ।