ଫିଲ୍ମ “ବର୍ଣ୍ଣ ଟୁ ରନ’ ପ୍ରଚାର ପାଇଁ ଦିଲ୍ଲୀରେ ବୁଦ୍ଧିଆ ସିଂହ : ଗୋଟିଏ ମଂଚରେ ଠିଆ ହେବେ ରିଲ ଓ ରିଅଲ ବୁଦ୍ଧିଆ

76

କନକ ବ୍ୟୁରୋ : ବୁଦ୍ଧିଆ ସିଂହ ଫିଲ୍ମ ପ୍ରଚାର କରିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ଧାବକ ବୁଦ୍ଧିଆ ସିଂହ । ଆଜି ଦିଲ୍ଲୀରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକାଠି ଦେଖାଦେବେ ରିଲ ଓ ରିଅଲ ବୁଦ୍ଧିଆ। ଫିଲ୍ମରେ ବୁଦ୍ଧିଆ ଭୂମିକାରେ ଅଭିନୟ କରିଥିବା ଶିସୁ କଳାକାର ମୟୂରଙ୍କ ସହ ମଂଚ ଉପରେ ଖୋଦ୍ ବୁଦ୍ଧିଆ ସିଂ ଫିଲ୍ମର ପ୍ରମୋସନ କରିବେ । ନିଜ ଜୀବନର କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ସେ ଉତ୍ସାହିତ ଥିବା ପୂର୍ବରୁ ବୁଦ୍ଧିଆ କହିଥିଲେ । ଏହି ଫିଲ୍ମରେ ବୁଦ୍ଧିଆଙ୍କୁ କୋଚ ବିରଂଚି ଦାଶଙ୍କ ଭୂମିକାରେ ଅଭିନେତା ମନୋଜ ବାଜପେୟୀ ଅଭିନୟ କରିଛନ୍ତି । ଏହାର ଗୀତ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛି । ଆସନ୍ତା ୫ ତାରିଖରେ ସର୍ବ ଭାରତୀୟ ସ୍ତରରେ ଫିଲ୍ମଟି ରିଲିଜ ହେବ ।