ପାର୍ବଣ ଋତୁରେ ଜିଓର ଧମାକାଦାର ଅଫର୍ ! ମାତ୍ର ୯୯୯ ଟଙ୍କାରେ ପାଆନ୍ତୁ ଜିଓଫାଇ

62

କନକ ବ୍ୟୁରୋ : ଆସିଲା ପାର୍ବଣ ଋତୁ । ଅନଲାଇନ୍ ଠାରୁ ଆରମ୍ଭ କରି ଅଫଲାଇନ୍ ସବୁଠାରେ ମାଲାମାଲ୍ ଅଫର୍ । କାରଣ କୌଣସି ପରିସ୍ଥିତିରେ ନିଜ ଗ୍ରାହକଙ୍କୁ ହାତ ଛଡା କରିବାକୁ ଚାହାଁନ୍ତିନି ବ୍ୟବସାୟୀ । ତେବେ ଗ୍ରାହକଙ୍କୁ ମନଲୋଭା ଅଫର୍ ଦେବାରେ ସମସ୍ତଙ୍କ ଆଗରେ ରହିଛି ଜିଓ । ବିନା ପାର୍ବଣରେ ସବୁବେଳେ ଅଫର୍ ଦେଉଥିବା ଜିଓ ଏଥର ଦଶହରା ପୂର୍ବରୁ ଗ୍ରାହକମାନଙ୍କ ପାଇଁ ଆଣିଛି ଦମଦାର୍ ପ୍ଲାନ୍ ।

ତେବେ ଜିଓର ଏହି ଅଫର୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ନୁହେଁ । ଏହି ଅଫର୍ ହେଉଛି ଜିଓଫାଇ ଡଙ୍ଗଲ ଉପରେ । ୧୯୯୯ଟଙ୍କାର ଜିଓଫାଇର ମୂଲ୍ୟ ଏବେ କମି ୯୯୯ ଟଙ୍କା ହୋଇଯାଇଛି । ତେବେ ଏହି ଅଫର୍ ପାଇବା ପାଇଁ ହେଲେ ୨୦ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ଡଙ୍ଗଲ୍ କିଣିବାକୁ ପଡିବ ।

ରିଲାଏନ୍ସ ଜିଓକୁ ପୁରିଲା ବର୍ଷେ ! ଡାଟା ବ୍ୟବହାରରେ ୧୫୫ରୁ ୧ ନମ୍ବରକୁ ଉଠିଛି ଭାରତ : 

ରିଲାଏନ୍ସ ଜିଓକୁ ଏହା ଭିତରେ ପୁରିଛି ବର୍ଷେ । ଗତବର୍ଷ ସେପ୍ଟେମ୍ବର ୫ରେ ଟେଲିକମ୍ ଜଗତରେ ଧସେଇ ପଶିଥିଲା ଜିଓ । ବଜାରକୁ ଆସିବା ପରେ ବଦଳି ଯାଇଛି ଟେଲିକମ୍ ଜଗତର ଗତିପଥ । ଏହି ୧୨ ମାସ ଭିତରେ ଟେଲିକମ୍ ସେକ୍ଟରରେ ଏକ ମାଇଲଖୁଂଟ ଭାବରେ ପ୍ରମାଣିତ ହୋଇଛି ଜିଓ । ଦେଶରେ ମୋଦି , ଯୋଗୀ ପରେ ଯଦି କେହି ବେଶୀ ଚର୍ଚ୍ଚିତ ହେଉଥାଏ ତେବେ ତାହା ହେଉଛି ଜିଓ । ପ୍ରଥମେ ମାଗଣା ଏବଂ ପରେ ଶସ୍ତା ପ୍ଲାନ୍ ଯୋଗାଇ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ହୋଇଛି ଜିଓ । ବର୍ତ୍ତମାନ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ହୋଇ ସାରିଲାଣି ପ୍ରାୟ ୧୨୫ ମିଲିୟନ୍ । ମାଗଣା ଭଏସ୍ କଲ୍ ସହ ଦମଦାର୍ ଅଫର ପାଇଁ ଅନ୍ୟ କମ୍ପାନୀକୁ ପଛରେ ପକାଇ ଦେଇଛି ଜିଓ ।

ପ୍ରଥମେ କିଛି ଏମବିର ଡାଟାକୁ ମାପ ଚୁପ କରି ଗ୍ରାହକ ଖର୍ଚ୍ଚ କରୁଥିଲେ । ହେଲେ ଏବେ ପରିସ୍ଥିତି ପୁରା ଓଲଟା । ଜିଓ ଆସିବା ପୂର୍ବରୁ ପ୍ରତି ମାସରେ ୨୦ କୋଟି ଜିବି ଡାଟା ଖର୍ଚ୍ଚ ହେଉଥିଲା  । ଆଉ ଏବେ ଖର୍ଚ୍ଚ ହେଉଛି ୧୫୦ କୋଟି ଜିବି । ଜିଓର ଦାବି ହେଉଛି ଏହି ୧୫୦ କୋଟି ଜିବିରୁ ୧୨୫ କୋଟି ଜିବି ହେଉଛି ତାର ଗ୍ରାହକ ବୋଲି  । ଏହା ସହ ଜିଓ ଆସିବା ପରେ ଡାଟା ବ୍ୟବହାର କ୍ଷେତ୍ରରେ ଭାରତର ରାଙ୍କ୍ ୧୫୫ରୁ ଉଠି ଏକ ନମ୍ବରକୁ ଚାଲି ଆସିଛି  ।

jio phoneକେବଳ ସେତିକି ନୁହେଁ ଜିଓ ଆସିବା ପରେ ଜିଓ ୪ଜି ଫୋନର ବ୍ୟବହାର ଅନେକ ମାତ୍ରାରେ ବଢ଼ାଇଛି । ମାର୍ଚ୍ଚ ୨୦୧୬ରେ ମାତ୍ର ୪.୭ କୋଟି ଲୋକ ୪ଜି ଫୋନ ବ୍ୟବହାର କରୁଥିବା ବେଳେ ଏବେ ଏହା ବଢ଼ି ୧୫ କୋଟିରେ ପହଂଚିଛି । ଟିଭି ଠାରୁ ଅଧିକ ସମୟ ଲୋକ ଏବେ ମୋବାଇଲ୍ ସହ କାଟୁଛନ୍ତି । ୨୦୧୫ ଆରମ୍ଭ ସୁଦ୍ଧା ସ୍ମାର୍ଟ ଫୋନ୍ ବଜାରରେ ୭୨% ୩ଜି ଫୋନର ଥିବା ବେଳେ ୨୩% ଥିଲା ୨ଜି ଫୋନର । କିନ୍ତୁ ୨୦୧୭ ବେଳକୁ ସ୍ମାର୍ଟ ଫୋନ୍ ମାର୍କେଟର ୯୫ % ଅକ୍ତିଆର୍ କରି ନେଛି ୪ଜି ଫୋନ୍ । ବାକି ୫ ପ୍ରତିଶତରେ ସୀମିତ ରହିଯାଇଛି ୩ଜି ଏବଂ ୨ଜି । ଏହା ସହ ଜିଓ ଦାବି କରିଛି ଯେ ଦେଶର ୭୫ % ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି । ତେବେ ଜିଓର ଟାର୍ଗେଟ୍ ହେଉଛି ଆସନ୍ତା ବର୍ଷ ମଧ୍ୟରେ ଏହାକୁ ୯୯% କରିବା  ।

airtel-vs-jioଅଫରରେ ଆଗ ଅନ୍ୟପଟେ ଜିଓକୁ ଟକ୍କର ଦେବା ସହ ମାର୍କେଟରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ଅନ୍ୟ କମ୍ପାନୀ ମାନେ ମଧ୍ୟ ଦେଉଛନ୍ତି ମନଲୋଭା ଅଫର୍  । ଡାଟାର ଏହି ଯୁଦ୍ଧରେ ସିଧାସଳଖ ଲାଭ ପାଉଛନ୍ତି ଗ୍ରାହକ । ତେବେ ଏକ ରିପୋର୍ଟ ଅନୁଯାୟୀ ଯଦିଓ ଅଫରରେ ଆଗୁଆ ଜିଓ କିନ୍ତୁ ସ୍ପିଡରେ ପଛୁଆ । ଇଣ୍ଟରନେଟ୍ ସ୍ପିଡ୍ କ୍ଷେତ୍ରରେ ନିଜ ଗ୍ରାହକଙ୍କୁ ନିରାଶ କରିଛି ଜିଓ । ଏୟାରଟେଲର ଇଣ୍ଟରନେଟ୍ ସ୍ପିଡ୍ ସବୁଠାରୁ ଅଧିକ ଥିବା ବେଳେ ପଛରେ ରହିଛି ଜିଓ ।

jio1ଜିଓର ସ୍ପିଡ୍ ୫୦ଏମବିପିଏସ୍ ଥିବା ବେଳେ ଏୟାରଟେଲ୍, ଭୋଡାଫୋନ୍ ଏବଂ ଆଇଡିଆର ଯଥାକ୍ରମେ ରହିଛି ୫୬.୯ ଏମବିପିଏସ୍, ୩୬.୫ ଏମବିପିଏସ୍ ଏବଂ ୨୯.୮ ଏମବିପିଏସ୍ । ସେହିପରି ୪ଜି ଡାଉନଲୋଡ୍ ସ୍ପିଡରେ ଅନ୍ୟ ଟେଲିକମ୍ କମ୍ପାନୀଠୁ ପଛରେ ପଡିଯାଇଛି ଜିଓ । ଏୟାରଟେଲର ୪ଜି ଡାଉନଲୋଡ୍ ସ୍ପିଡ୍ ୧୧.୫ ଏମବିପିଏସ୍ ଥିବା ବେଳେ ଆଇଡିଆର ରହିଛି ୯ ଏମବିପିଏସ୍ । କିନ୍ତୁ ଜିଓର ରହିଛି ମାତ୍ର ୩.୯ ଏମବିପିଏସ୍ । ଏପରିକି ଜିଓର ୪ଜି ଡାଉନଲୋଡ୍ ସ୍ପିଡ୍ ଏୟାରଟେଲର ୩ଜି ଠାରୁ ମଧ୍ୟ କମ୍ ରହିଛି । କାରଣ ଏୟାରଟେଲର ୩ଜି ଡାଉନଲୋଡ୍ ସ୍ପିଡ୍ ରହିଛି ୪.୪ ଏମବିପିଏସ୍ ।

ଜାଣି ଆଶ୍ଚର୍ଯ୍ୟ ହେବେ ହାରିହାରି ୪ଜି ଡାଉନଲୋଡ୍ କ୍ଷେତ୍ରରେ ଭାରତର ରାଙ୍କ୍ ରହିଛି ୭୪ । ଯାହାକି ପଡୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କାଠାରୁ ଅନେକ ପଛରେ ।