ବେକର ମସାଜ କରୁଥିଲେ ସାବଧାନ ରହୁଥିବେ ! ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ

105

ସମସ୍ତଙ୍କର ଇଚ୍ଛା ଥାଏ ସେଲୁନରେ ହେୟାରକଟ୍ ପରେ ଟିକେ ବେକର ମସାଜ କରିବା । ଏହା ବହୁତ ଆରାମ ଦେଇଥାଏ । ଆଉ ଅନେକ ସେଲୁନରେ ବେକ ମସାଜ କରାଯାଇଥାଏ । କିନ୍ତୁ ଏବେ ଏକ ଅନୁଧ୍ୟାନରୁ ଜଣାପଡିଛି ଏହା ଅସୁବିଧାରେ ପକାଇପାରେ । ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ବେକ ମସାଜ କରିବା ଦ୍ୱାରା ବେକର ହାଡ ଭାଂଗିବାର ସମ୍ଭାବନା ଥାଏ ।

60739805ଦେଖିବାକୁ ଗଲେ ଅନେକ ବର୍ଷରୁ ଭାରତରେ ଏହା ଚାଲୁଅଛି । ମସାଜ କରୁଥିବା ନାପିତ ଅଚାନକ ଆପଣଙ୍କର ବେକକୁ ଧରି ଡାହାଣ ,ବାଁ ଏମିତି କରିଥାଏ ଓ ବେକ ହାଡକୁ ଫୁଟାଇ ଥାଏ । ଅନୁସନ୍ଧାନରୁ ଜଣାପଡିଛି ଏହା ବହୁତ ମାରାତ୍ମକ ଅଟେ । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ସହ ଖେଳ ସଦୃଶ୍ୟ । ଏମିତି ଗତ ସପ୍ତାହରେ ଜଣେ ଅଜୟ କୁମାର ନାମକ ୫୪ବର୍ଷୀୟ ବ୍ୟକ୍ତିଙ୍କ ସହ ହୋଇଥିଲା । ସେଲୁନରୁ ସେ ଘରକୁ ଆସି ବହୁତ ଆରାମ ଅନୁଭବ କରୁଥିଲେ । କିନ୍ତୁ ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ଏହା ସେ ସେଲୁନରେ ବେକ ମସାଜ କରିଥିବା ଯୋଗୁଁ ହିଁ ହୋଇଥିଲା । ମସାଜ କରିବା ଦ୍ୱାରା ତାଙ୍କର ବେକ ହାଡରେ କ୍ରାକ୍ ହୋଇଥିଲା । ଫଳରେ ଫ୍ରେନିକ୍ ନର୍ଭକୁ କ୍ଷତି କରିଥିଲା । ଏହା ଆମର ଶ୍ୱାସକ୍ରିୟାର ନଳୀକୁ କଂଟ୍ରୋଲ କରିଥାଏ । ଫଳରେ ଅଜୟଙ୍କୁ ନିଶ୍ୱାସ ନୋବରେ କଷ୍ଟ ହୋଇଥିଲା । ଯାନ୍ତ୍ରିକ ଶ୍ୱାସପ୍ରଶ୍ୱାସ କ୍ରିୟାରେ ରଖାଯାଇଥିଲା ।

shutterstock_260115911ଅଜୟ କୁମାରଙ୍କର ଚିକିତ୍ସା କରୁଥିବା ମେଦାନ୍ତର ରେସ୍ପିରେଟୋରୀ ବିଭାଗର ଅଧ୍ୟକ୍ଷ ଡା. ଆନନ୍ଦ ଜୟସୱାଲ କୁହନ୍ତି ଯେ, ‘ବର୍ତ୍ତମାନ ଅଜୟ କୁମାରଙ୍କୁ ନିଶ୍ୱାସ ନେବା ପାଇଁ ନନ୍-ଇଂଭେସିଭ୍ ଭେଂଟିଲେସନରେ ରଖିବାକୁ ପଡିଛି । ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ’ ପ୍ରକୃତରେ ଏମିତି ଅଜୟଙ୍କର ଡାୟାଫ୍ରାମରେ ହୋଇଥିବା ଅସୁବିଧା କାରଣରୁ ହୋଇଛି । ଯେଉଁଥି ପାଇଁ ସାରା ଜୀବନ ସେ ଭେଂଟିଲେଟରର ସାହାରରେ ଜୀବନ ବିତେଇବେ ।

ଏଣୁ ଏହି ଘଟଣାକୁ ଆଖିରେ ରଖି ସାବଧାନ ହେଇଯିବା ଉଚିତ୍ । ଯେଉଁମାନେ ବେକକୁ ମାଲିସ୍ କରିବାକୁ ବେଶୀ ପସନ୍ଦ କରିଥାନ୍ତି , ସେମାନେ ଏହି ସମସ୍ୟାରେ ପଡିପାରନ୍ତି । ଆଉ ସାରା ଜୀବନ ପକ୍ଷାଘାତ ପରି ରୋଗର ଶିକାର ମଧ୍ୟ ହୋଇପାରନ୍ତି । ବେଳହୁଁ ସାବଧାନ ପୂର୍ବକ ଏଥିରୁ ନିବୃତ୍ତ ରହିବା ଭଲ ।