ବିବାହ ସାଇଟରେ ଠକେଇ ! ପୂର୍ବରୁ ବିବାହ କରି ବାରମ୍ବାର ଅନ୍ୟ ଯୁବତୀଙ୍କୁ ବିବାହ କରୁଥିଲେ ଯୁବକ ।
ଶାଦି ଡ଼ଟ୍ କମରେ ନିଜର ନକଲି ପ୍ରୋଫାଇଲ ତିଆରି କରି ଜଣେ ଯୁବକ ବିବାହ ନାମରେ ଠକାମୀ କରିଛନ୍ତି । ଯୁବକଜଣଙ୍କ ନିଜକୁ ସ୍ପାଇସ୍ ଜେଟରେ ପାଇଲଟ ବୋଲି କହି ଦିଲ୍ଲୀର ଦ୍ୱାରକାରେ ଥିବା ଗୋଟେ ଫ୍ଲାଟ୍ ଏବଂ ହୋଟେଲ ସହିତ ପାର୍ଟନରସିପ୍ ଥିବା କଥା କହିଥିଲେ । ଏହା ଶୁଣିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହୋଇ ଯାଇଥିଲେ । କିନ୍ତୁ ବିବାହର ଗୋଟେ ଦିନ ପରେ ସବୁ ସତ ବାହାରକୁ ଆସିଥିଲା । ଅଭିଯୁକ୍ତଙ୍କ ପ୍ରଥମ ସ୍ତ୍ରୀ ଏବଂ ପିଲା ପୀଡ଼ିତାଙ୍କ ଘରେ ପହଞ୍ଚ ିସବୁ ସତ କଥା କହି ଦେଇଥିଲେ । ସବୁ ଜାଣି ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ବିଜୟଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମର୍ଚ୍ଚାଣ୍ଟ ନାଭିରେ କାମ କରୁଥିବା ଏକ ପରିବାର ଝିଅର ବିବାହ ପାଇଁ ଶାଦି ଡ଼ଟ୍ କମ୍ରୁ ବିଜୟଙ୍କୁ ବାଛି ଥିଲେ । ବିଜୟଙ୍କ ଘର ବିହାରର ଦରଭଙ୍ଗାରେ ହୋଇଥିବା ବେଳେ ସେ ଦ୍ୱାରକାରେ ରହୁଥିବା ଜଣାଇଥିଲେ । ଦେଖା ହେବା ପରେ ବିଜୟ ନିଜକୁ ସ୍ପାଇସ୍ ଜେଟ୍ର ପାଇଲଟ ବୋଲି କହିବା ସହ ପ୍ରମୋସନ ଲେଟର ଏବଂ ଆଇଡ଼ି କାର୍ଡ଼ ଦେଖାଇଥିଲେ । ବିବାହ କଥା ଉଠିବା ପରେ ମୋତେ ଟ୍ରେନିଙ୍ଗ ପାଇଁ ଯିବାର ଅଛି । ଆପଣ ନିର୍ବନ୍ଧ ନ କରି ସିଧା ବାହାଘର କରନ୍ତୁ ବୋଲି ବିଜୟ କହିବା ପରେ ବିବାହ ତାରିଖ ଜୁନ୍ ୨୯କୁ ଠିକ୍ କରାଯାଇଥିଲା । ବିବାହ ପାଇଁ ହୋଟେଲ ବୁକ୍ କରିବା ପାଇଁ କହିବାରୁ ପରିବାର ଲୋକେ ୨.୩୦ଲକ୍ଷ ଟଙ୍କା ଦେଇ ହୋଟେଲ ବୁକ୍ କରାଇଥିଲେ । ଜୁନ୍ ୨୦ରେ ବିଜୟ ଘରର ଜିନିଷ ବିଷୟରେ ପଚାରିବା ଆରମ୍ଭ କରିଥିଲେ । ମୁଁ ଏବେ ହୋଟେଲରେ ଏକା ରହୁଛି । ଗୁରୁଗ୍ରାମର ସେକ୍ଟର-୯୦ରେ ମୁଁ ଘର କିଣିଛି । ତୁମେ ସବୁ ଜିନିଷ ସେଠାକୁ ପଠାଇ ଦିଅ ବୋଲି ବିଜୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ କହିଥିଲେ । ପରେ ପରିବାର ପାଇଁ ପୋଷାକ ଏବଂ ନିଜ ପାଇଁ କରାଯାଇଥିବା ସୁନାଗହଣାକୁ ଆଗୁଆ ଦେବା ପାଇଁ ବିଜୟ ପୀଡ଼ିତାଙ୍କ ପରିବାର ଲୋକଙ୍କୁ କହିଥିଲେ । ସବୁ ଠିକ୍ ଚାଲିଥିବା ବେଳେ ବିବାହ ପୂର୍ବ ଦିନ ପୀଡ଼ିତାଙ୍କ ମେହେନ୍ଦିକୁ ଜଣେ ମହିଳା ଆସି ତାଙ୍କୁ ବିଜୟ ଆମନ୍ତ୍ରଣ କରିଥିବା କହିଥିଲେ । କିନ୍ତୁ ବିଜୟଙ୍କୁ ଏ ନେଇ ପଚରାଯିବା ପରେ ମନା କରିବା ସହ ସେ ଉକ୍ତ ମହିଳାଙ୍କୁ କହିଥିଲେ, ତୁମକୁ ମନା କରିଥିଲି ଆସିବନି ବୋଲି କହିଥିଲେ । ଏହା ଶୁଣି ମହିଳା ଜଣଙ୍କ ସବୁ ସତ ମର୍ଚ୍ଚାଣ୍ଟ ପରିବାରକୁ କହିଥିଲେ । ବିଜୟ ତାଙ୍କୁ ମଧ୍ୟ ଶାଦି ଡ଼ଟ୍ କମ୍ ଜରିଆରେ ବିବାହ ପ୍ରତିଶ୍ରୁତି ଦେଇ ୧୭ଲକ୍ଷଟଙ୍କା ଠକି ନେଇଥିଲେ ବୋଲି ମହିଳା ସମସ୍ତଙ୍କୁ ଜଣାଇଥିଲେ । ଏ ସବୁ ପ୍ରମାଣ ନେଇ ମର୍ଚ୍ଚାଣ୍ଟ ପରିବାର ବିଜୟଙ୍କ ଘରେ ପହଞ୍ଚିବା ପରେ ସବୁ ସତ ମାନିଥିଲେ ବିଜୟ ।