ଓଡିଶାରେ ନକଲି ନୋଟ୍ କାରଖାନା? ପୁଲିସକୁ ଦ୍ୱନ୍ଦରେ ପକାଇଲା ଜାଲନୋଟର ମାୟାଜାଲ

36

କନକ ବ୍ୟୁରୋ: ଯାଜପୁରରେ ଜାଲନୋଟର ମାୟାଜାଲ ପୁଲିସକୁ ଦ୍ୱନ୍ଦରେ ପକାଇ ଦେଇଛି । ଓଡିଶାରେ ନୂଆ ଟଙ୍କାର ନକଲି ନୋଟ୍ ପ୍ରସ୍ତୁତ ପାଇଁ କାରଖାନା ଲଗାଯାଇଛି କି? ମିଳିଥିବା ସୂଚନା ଅନୁସାରେ ଓଡିଶାରେ ମଧ୍ୟ ଏହି ନକଲି ଟଙ୍କା ପ୍ରିଂଟ ହେଉଥିବା ନେଇ ପୁଲିସକୁ କିଛି ସୁରାଗ ମିଳିଛି । କିନ୍ତୁ ଏଯାଏଁ ପୁଲିସକୁ କୌଣସି ପ୍ରମାଣ ମିଳିପାରିନାହିଁ । ଯାଜପୁର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏନେଇ ଖୋଳତାଡ ଚଳାଇଛି । ଏହି ନକଲି ନୋଟ କାରବାରର କେନ୍ଦ୍ରବିନ୍ଦୁ ଅନୁଗୁଳ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ବିମୁଦ୍ରାକରଣ ପରେ ପ୍ରଥମଥର ପାଇଁ ଓଡିଶାରେ ଏତେ ପରିମାଣର ନକଲି ନୋଟ ଜବତ ହୋଇଛି । ବିମୁଦ୍ରାକରଣ ଅନ୍ୟତମ୍ ପ୍ରମୁଖ ଉଦେଶ୍ୟ ଥିଲା ଜାଲନୋଟ କାରବାରକୁ ରୋକିବା । କିନ୍ତୁ ଏ ସବୁ ଘଟଣା ବିମୁଦ୍ରାକରଣର ଉଦେଶ୍ୟକୁ ଅତିସହଜରେ ହରାଇ ଦେଇପାରୁଛି ବୋଲି ମନେହେଉଛି । ଗତକାଲି ଯାଜପୁର ପୁଲିସ ୨୬ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିବା ପରେ ଏବେ ପ୍ରଶ୍ନ ହେଉଛି ଓଡିଶାରେ ଏହି ନକଲି ନୋଟ୍ ପ୍ରିଂଟ ହେଉଛି କି ?