ଅନୁଗୁଳରେ ଛପା ହେଉଥିଲା ଯାଜପୁରରୁ ଜବତ୍ ଜାଲ୍ ନୋଟ୍ ! ବିଶ୍ୱସ୍ତସୂତ୍ରର ଖବରକୁ ନେଇ ଚର୍ଚ୍ଚା

77

କନକ ବ୍ୟୁରୋ : କେଉଁଠି ତିଆରି ହେଉଥିଲା ଜାଲନୋଟ୍ । ଗତକାଲି ୨୭ ଲକ୍ଷ ଟଙ୍କାର ଜାଲନୋଟ୍ ଜବତ କରିବା ପରେ ଏ ପ୍ରଶ୍ନ ଘାରିଛି ଯାଜପୁର ପୋଲିସକୁ । ଏକ ବିଶ୍ୱସ୍ତ ସୁତ୍ର କହୁଛି, ଅନୁଗୁଳରେ ବସିଛି ଜାଲନୋଟ୍ ତିଆରି କାରଖାନା । ଏପରିକି ଏକ ଆନ୍ତଃରାଜ୍ୟ ରାକେଟ୍ ମଧ୍ୟ ଏହା ପଛରେ କାମ କରୁଥିବା ସନ୍ଦେହ କରାଯାଉଛି । କାରଣ ଯାଜପୁର ଓ ଗଞ୍ଜାମରୁ ଗ୍ୟାଙ୍କର ଦୁଇ ସଦସ୍ୟ ଗିରଫ ହେବା ପରେ ସାରା ରାଜ୍ୟରେ ଏମାନଙ୍କ ନେଟୱର୍କ ଥିବା ସନ୍ଦେହ କରାଯାଉଛି ।ଚେର ପାଖରେ ପହଁଚିବାକୁ ପୋଲିସ ନିଜ ତଦନ୍ତକୁ ଗୋପନ ରଖିଥିବା ବେଳେ ଏ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ସପକ୍ଷରେ ମତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ବର୍ତ୍ତମାନ ସୁଦ୍ଧା ୨୭ ଲକ୍ଷ ଟଙ୍କା ଜବତ ହୋଇଛି । ତେବେ କେତେ ଜାଲ ନୋଟ ବଜାରକୁ ଚାଲି ଆସିଲାଣି ତାର ଅନୁମାନ ଲଗାଇପାରୁନି ପୋଲିସ । ସେପଟେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିରେ ସାମିଲ ଅଛନ୍ତି ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ । ତେଣୁ ଏହାର ତଦନ୍ତ କରିବା ଏକାକି ଓଡିଶା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ମାମଲାର ଗମ୍ଭୀରତା ଓ ଜଟିଳତା ଦୃଷ୍ଟିିରୁ ତଦନ୍ତ ଭାର ସିବିଆଇକୁ ଦିଆଯିବା ଆବଶ୍ୟକ ବୋଲି ବରିଷ୍ଠ ପୋଲିସ ଅଧିକାରୀ ମତ ଦେଇଛନ୍ତି ।

ନଭେମ୍ବର ପହିଲାରେ ହେଲା ନୋଟବନ୍ଦୀ । ବିଭିନ୍ନ ଉଦ୍ଦ୍ୟେଶ ଭିତରେ ଥିଲା ନକଲି ନୋଟ୍ ଉପରେ ବ୍ୟାନ୍ ଲଗାଇବା । ହେଲେ ମାସ କେଇଟା ଭିତରେ ବଜାରକୁ ଚାଲି ଆସିଲାଣି ନୂଆ ନୋଟର ଜାଲ ରୂପ । ଯାହା ସରକାରଙ୍କ ଚିନ୍ତା ବଡାଇ ଦେଇଛି । ସେପଟେ ଗତକାଲତ ପୋଲିସ କହିଥିଲା ରାକେଟର ଟାର୍ଗେଟରେ ଥିଲ ଅଶିକ୍ଷିତ ଓ ଗାଁ ଗହଳିର ନୀରିହ ଲୋକ ।